
ବ୍ରହ୍ମପୁର: ୨୩ତମ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ତାଙ୍କ ଧର୍ମପତ୍ନୀ, ୨ଭଉଣୀ ମିଶି ଭ୍ରାମ୍ୟମାଣ ମୋବାଇଲ ରକ୍ତ ସଂଗ୍ରହ ଭ୍ୟାନ୍ରେ ରକ୍ତଦାନ କରିଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକ୍ ଡାଉନ୍ ଓ ଗଞ୍ଜାମ ଜିଲ୍ଲାରେ ୧୯ଘଣ୍ଟିଆ ସଡ୍ ଡାଉନ୍ ଜାରି ରହିଥିବା ବେଳେ ବହୁ ରୋଗୀ ରକ୍ତ ନପାଇ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ନବୀନ ବାବୁଙ୍କ ପରାମର୍ଶକ୍ରମେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଧାୟକ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ଏଥିରେ ସାମିଲ୍କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବିଧାୟକଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ବିଧାୟକଙ୍କ ପରିବାର ଓ ତାଙ୍କର ସମର୍ଥକମାନଙ୍କ ଠାରୁ ପ୍ରାୟ ୩୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡଇଛି । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ବସନ୍ତ ବେହେରା, ସୁଶାନ୍ତ କୁମାର ପାଣିଗ୍ରାହୀ, ହରିକୃଷ୍ଣ ସାହୁଙ୍କ ସମେତ ଡାକ୍ତର ଜୟନ୍ତ କୁମାର ମିଶ୍ର, ବିଜେଡି ନେତା ତୁମ୍ବନାଥ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ମଦନ ଦଳାଇ, ଜ୍ୟୋତିରଞ୍ଜନ ସାହୁ, ତାପସ ସାହୁ, ଆଦି ପଟ୍ଟନାୟକ, ପବିତ୍ର ମୋହନ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।