ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଶେରଗଡ ବ୍ଲକ୍ ଅଲାରିଗଡରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍ରେ ରକ୍ତଦାନ କରିଛନ୍ତି । ଲକ୍ ଡାଉନ୍ ସମୟରେ ରକ୍ତର ଅଭାବ ଲାଗି ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ଅଲାରିଗଡରୁ ଆରମ୍ଭ ହୋଇଛି ମୋବାଇଲ ରକ୍ତ ସଂଗ୍ରହ ଭ୍ୟାନ୍ । ଜିଲ୍ଲାପାଳ ଅଲାରିଗଡରେ ପହଞ୍ôଚ ପରେ ମୋବାଇଲ ଗାଡି ବୁଲି ଦେଖିଥିଲେ । ଏହାପରେ ଜିଲ୍ଲାପାଳ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍ର ଶୁଭାରମ୍ଭ କରିବା ସହ ନିଜେ ରକ୍ତଦାନ କରିଥିଲେ । ଏହାଦ୍ୱାରା ରକ୍ତଦାତା ମାନେ ରକ୍ତଦାନ ପାଇଁ ଉତ୍ସାହିତ ହେବେ ବୋଲି ଜିଲ୍ଲାପାଳ କହିଥିଲେ । ଏଣିକି ଯେଉଁ ସ୍ଥାନରେ ଶିବିର କରିବା ପାଇଁ କିଛି ଅସୁବିଧା ହୁଏ ତା’ହେଲେ ଏହି ମୋବାଇଲ ଭ୍ୟାନ୍ ଗାଁରେ ପହଞ୍ôଚ ରକ୍ତ ସଂଗ୍ରହ କରିବ । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ରକ୍ତ ଅଭାବ ଯେପରି ରହିବ ନାହିଁ ସେଥିପାଇଁ ଗୁରୁତ୍ୱ ଦେଉଛନ୍ତି ସରକାର । ତେଣୁ ରକ୍ତଦାନ କରିବା ଆମ ସମସ୍ତଙ୍କ ମହାନତା ବୋଲି ଜିଲ୍ଲାପାଳ କହିଥିଲେ । ଏହି ଅବସରରେ ସମାଜସେବୀ ତଥା ବିଜେଡି ନେତା ପିଣ୍ଟୁ ପଟ୍ଟନାୟକ, ଶେରଗଡ ବିଡିଓ ସୁରଞ୍ଜନ ସାହୁ, ତହସିଲଦାର ଦୟାସିନ୍ଧୁ ପରିଡା, ସିଡିପିଓ, ଜଳ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ମଳୟ କୁମାର ନାୟକ, ଶଶାଙ୍କ ଶେଖର ପାଢ଼ୀ, ବ୍ଲକ୍ କନିଷ୍ଠଯନ୍ତ୍ରୀ ଟି.ରଞ୍ଜିତ ପାତ୍ରଙ୍କ ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024