ନୂଆଦିଲ୍ଲୀ – ଲକଡାଉନ କଟକଣା, ସାମାଜିକ ଦୂରତା ସର୍ତ୍ତାବଳୀକୁ ଆଖି ଆଗରେ ରଖି ଏସଏସସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସମସ୍ତ ପରୀକ୍ଷା, ଯେଉଁଥିରେ ପରୀକ୍ଷାର୍ଥୀଙ୍କୁ ଦେଶର ସମସ୍ତ ଭାଗକୁ ଯାତ୍ରା କରିବାକୁ ପଡ଼ୁଛି, ସେଗୁଡ଼ିକୁ ସମୟ ସମୟରେ ସମୀକ୍ଷା କରାଯିବ। ଏହି ପରୀକ୍ଷାର ପରବର୍ତ୍ତୀ ତାରିଖ ଆୟୋଗ ଏବଂ ଏହାର କ୍ଷେତ୍ରୀୟ ଓ ଉପକ୍ଷେତ୍ରୀୟ କାର୍ଯ୍ୟାଳୟର ୱେବସାଇଟରେ ଦିଆଯିବ। ଆୟୋଗଙ୍କ ଦ୍ବାରା ବିଜ୍ଞପିତ କରାଯାଇଥିବା ପରୀକ୍ଷାର ବାର୍ଷିକ କ୍ୟାଲେଣ୍ଡର ମଧ୍ୟ ସମୀକ୍ଷା କରାଯାଇ ଅନ୍ୟ ପରୀକ୍ଷାଗୁଡ଼ିକର ପରବର୍ତ୍ତୀ ତାରିଖ ନିର୍ଦ୍ଧାରଣ କରାଯିବ। ଆହୁରି, ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଏସଏସସିର ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମ ପିଏମ କେୟାର୍ସ ପାଣ୍ଠିରେ ଜମା କରିବେ।