ଭୁବନେଶ୍ୱର । ଖୋର୍ଧା ଜିଲ୍ଲାରେ ସର୍ବାଧିକ କରୋନା ସଂକ୍ରମି ତ ରୋଗୀ ଥିବାରୁ ଓ ଏହି ଜିଲ୍ଲା ହଟ ସ୍ପଟ ଜିଲ୍ଲା ଭାବେ ପରିଗଣିତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋସିଆଲ ଡିଷ୍ଟାନସିଂକୁ ଜୋରସୋରରେ ପାଳନ କରିବାକୁ କଠୋର ପଦକ୍ଷେପ ନେଇଛନ୍ତି ।
ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦେଶନାମା ଜାରୀ କରି କୁହା ଯାଇଛି ଯେ କୌଣସି କାରଣ ନ ଥାଇ ଗାଡି ଧରି ବୁଲିଲେ ଜୋରିମାନା ପ୍ରଦାନ କରିବାକୁ ହେବ । ଏଥିରେ ଉଲ୍ଲେଖ ରହିଛି ଯେ ଏପିଡେମିକ ଡିଜିଜ ଆକ୍ଟ ୧୮୯୭ ଓ କୋବିଡ ନିୟାମକ ଆଇନ ୨୦୨୦ ଅନୁସାରେ ଏପରି ଲୋକ ମାନଙ୍କ ଠାରୁ ଜୋରିମାନା ଆଦାୟ କରା ଯିବ ।