ଇସଲାମାବାଦ– ପୂରା ଦୁନିଆରେ କୋଭିଡ-୧୯ ମହାମାରୀର ପ୍ରକୋପ ଜାରି ରହିଛି । ସେହି ପରି ପାକିସ୍ତାନରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୧୮କୁ ବୃଦ୍ଧି ଘଟିଛି । ଏହା ସହିତ ଏହି ମହାମାରୀରେ ୧୩୪ ଜଣଙ୍କ ମୃତ୍ୟୁ ଘଟିିଛି । ଆଶ୍ୱସ୍ତିକର କଥା ଗତ ୨୪ ଘଂଟାରେ ଇସଲାମାବାଦ ଓ ପାକ୍ ଅଧିକୃତ କାଶ୍ମୀରରେ ଜଣେ କରୋନା ପଜିଟିଭ୍ ରିପୋର୍ଟ ମିଳିନାହିଁ ।
ପାକିସ୍ତାନର ସିନ୍ଧ ପ୍ରାନ୍ତରେ ୨୦୦୮, ପଞ୍ଜାବରେ ୩୨୭୬, ବଲୁଚିସ୍ତାନରେ ୩୦୫, ଖୈବର ପଖତୁନଖଓ୍ଵାରେ ୯୯୩, ଇସଲାମାବାଦରେ ୧୪୫, ଗିଲଗିଟ୍ ବାଲିଷ୍ଟାନରେ ୨୪୫ ଓ ପାକ୍ ଅଧିକୃତ କାଶ୍ମୀରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ଘଟିଛି ।
ଉଲ୍ଲେଖନୀୟ, ଚୀନର ଉହାନ ସହରରୁ କରୋନା ଭାଇରସ୍ ମହାମାରୀ ବ୍ୟାପିବା ଆରମ୍ଭ ହୋଇଥିଲା । ସଗମ୍ର ବିଶ୍ୱରେ ୨୧୦ରୁ ଅଧିକ ଦେଶକୁ ଏହି ମହାମାରୀ ବ୍ୟାପି ସାରିଛି । ଅନେକ ଦେଶରେ ଲକଡାଉନ ଜାରି କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଇଛି । ବିଶ୍ୱ ସ୍ତରରେ କରୋନା ଭାଇରସରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନହାନୀ ଘଟିଲାଣି । ଆମେରିକାରେ ସ୍ଥିତି ଅଧିକ ଖରାପ ରହିଛି । ଏଠାରେ ୩୪ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ୬ ଲକ୍ଷରୁ ଅଧିକ ସଂକ୍ରମଣର ଶିକାର ହୋଇ ସାରିଛନ୍ତି ।