ହାଇଦ୍ରାବାଦ– ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ ହାଇଦ୍ରାବାଦ ନଗରପାଳିକା କ୍ଷେତ୍ରରେ ସବୁଠୁ ଅଧିକ କରୋନା ଭାଇରସ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସମଗ୍ର ରାଜ୍ୟରେ ବ୍ୟାପକ ଭାବେ ବଢିଥିବା କରୋନା ସଂକ୍ରମିତ ପାଇଁ ରାଜ୍ୟ ସରକାର ନୂଆଦିଲ୍ଲୀର ମରକଜ ଧାର୍ମିକ ସମାରୋହକୁ ଦାୟୀ କରିଛନ୍ତି । ରାଜ୍ୟ ସରକାର ସ୍ୱୀକାର କରିଛନ୍ତି ଯେ, ମୋଟ୍ ସଂକ୍ରମଣର ୯୦ ପ୍ରତିଶତ ମାମଲା ମରକଜ ସହ ସମ୍ବନ୍ଧିତ । ରାଜ୍ୟରେ ଅଦ୍ୟାବଧି ସଂକ୍ରମିତ ୭୦୦ ଜଣଙ୍କ ମଧ୍ୟରୁ ୬୪୫ ଜଣ ମରକଜ ନିଜାମୁଦ୍ଦିନ ଫେରନ୍ତା । ସରକାର କହିଛନ୍ତି ଯଦି ମରକଜ ଘଟଣା ହୋଇନଥାନ୍ତା ତେବେ ରାଜ୍ୟରେ ଆଜି ଏମିତି ସ୍ଥିତି ଉପୁଜିନଥାନ୍ତା ।
ଅନ୍ୟପଟେ ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ପରିଧିରେ ସବୁଠୁ ଅଧିକ କରୋନା ଭାଇରସର ୨୪୦ ସକ୍ରିୟ ମାମାଲ ସାମ୍ନାକୁ ଆସିଛି । ସଂକ୍ରମିତ ରୋଗୀଙ୍କକୁ ଗାନ୍ଧୀ ହସ୍ପିଟାଲରେ ଭର୍ତି କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେନଟାଇନ କରି ପରୀକ୍ଷଣ କରାଯାଉଛି । ପ୍ରତି କଂଟେନମେଂଟ କ୍ଷେତ୍ରରେ ସ୍ୱାସ୍ଥ୍ୟ, ପୋଲିସ ଓ ନଗର ପାଳିକାର ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।