ଭୁବନେଶ୍ୱର– ସାର୍ବଜନିକ ସ୍ଥାନରେ ଛେପ ପକାଇବା ସାରା ରାଜ୍ୟରେ ହେବ ଏବେ ଅପରାଧ ଭାବେ ପରିଗଣିତ ହେବ । ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସାର୍ବଜନିକ ସ୍ଥାନରେ ଛେପ ପକାଇଲେ ପ୍ରଥମ ତିନି ଥର ପାଇଁ ଦୁଇ ଶହ ଟଙ୍କା ଲେଖାଏ ଜୋରିମାନ ଦେବାକୁ ପଡିବ । ଏହା ପରେ ୫ ଶହ ଟଙ୍କା ଜୋରିମାନା ହେବ ବୋଲି ସେ ସୂଚନା ଦେଇଛନ୍ତି । ବ୍ଲକ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ପୋଲିସ ଏଏସଆଇ, ମ୍ୟୁନିସିପାଲିଟି ବାର୍ଡ ଅଫିସର ଏହି ଜୋରିମାନା ଆଦାୟ କରି ପାରିବେ ବୋଲି ସେ କହିଛନ୍ତି ।