ଭୁବନେଶ୍ୱର– ବିଜୁ ବାବୁଙ୍କ ୨୩ ତମ ଶ୍ରାଦ୍ଧ ଦିବସ ଅବସରରେ ସମ୍ମିଳନୀର ମେଂଚଶ୍ୱର ଶିଳ୍ପାଞ୍ଚଳ ଶାଖା କାର୍ଯ୍ୟାଳୟରେ ସଭାପତି ଦିଲ୍ଲୀପ ଦାଶଶର୍ମା ବରପୁତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିବା ବେଳେ ଉପଦେଷ୍ଟା ନିମାଇଁ ଦାସ, ସମ୍ପାଦକ ଗୋବିନ୍ଦ ସୁବୁଦ୍ଧି, ଅକ୍ଷୟ ଜେଠୀ ଓ ପ୍ରକାଶ ସାମଲ ଆଦି ବହୁ କର୍ମକର୍ତା ଓ ସଦସ୍ୟ ନିଜ ନିଜ ଘରେ ଶ୍ରାଦ୍ଧ ଦିବସ ପାଳନ କରିଥିଲେ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଆମ ରାଜ୍ୟ ତଥା ଦେଶ ପାଇଁ ଅତୁଳନୀୟ । ସେ ଜଣେ ମହାନ ବ୍ୟକ୍ତି ଥିଲେ ଯିଏକି ଭାରତ ରତ୍ନ ପାଇଁ ଯୋଗ୍ୟ । ଏଥି ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ବହୁବାର ଦାବି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ । ଯେଉଁମାନେ ଭାରତ ରତ୍ନ ପାଇଛନ୍ତି ତାଙ୍କ ମାନଙ୍କ ଠାରୁ ବିଜୁବାବୁ କୈାଣସି ଗୁଣରେ କମ ନୁହଁନ୍ତି । କରୋନା ପାଇଁ ବର୍ତମାନ ତାଲାବନ୍ଦ ଥିବା ଯୋଗୁଁ ଭାରତ ରତ୍ନ ପାଇଁ ଗଠିତ ବିଚାରକ ମଣ୍ଡଳି ପାଖରେ ବହୁ ସମୟ ଥିବ, ଏହି ସମୟକୁ ନଷ୍ଟ ନକରି ବିଚାରକ ମଣ୍ଡଳିର ସଦସ୍ୟ ମାନେ ବିଜୁ ବାବୁଙ୍କ ଜୀବନୀ ପାଠ କରିବାକୁ ଉତ୍କଳ ସମ୍ମିଳନୀ ଦାବି କରେ ବୋଲି ସମ୍ମିଳନୀ ପକ୍ଷରୁ ଆଜି ବରପୁତ୍ରଙ୍କ ଶ୍ରାଦ୍ଧ ଦିବସରେ ସମ୍ମିଳନୀର ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଦାବି କରିଛନ୍ତି ।