

ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ‘ଓମ୍ ସାଇ ମେଡ଼ିକାଲ ଷ୍ଟୋର୍’ ମାଲିକ ତଥା ବିକ୍ରେତା ନିଜେ ସାମାଜିକ ଦୂରତା ନରଖିବା, ମାସ୍କ ନପିନ୍ଧିବା, ହାତ ସଫା କରିବା ସାମଗ୍ରୀ ନରଖିବା ଯୋଗୁଁ କୋଭିଡ଼୍ ୧୯ କଟକଣା ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ୧୦୦୦ ଟଙ୍କା ଜରିମାନା କରାଯାଇଛି । ପୋଲିସ ତାଙ୍କ ନିକଟରୁ ଏହି ଜରିମାନା ବାବଦ ଅର୍ଥ ଆଦାୟ କରିଛି ।