
ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ତରଫରୁ କୁମାରକେଲା ଗ୍ରାମ ପରିସରରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିରେ ୨୦୦୦ ବୃକ୍ଷରୋପଣ କରାଯାଇଛି l ଚଳିତ ଆର୍ଥିକ ବର୍ଷରେ ଡାଲମିଆ ସିମେଣ୍ଟ ୨୫୦୦୦ ବୃକ୍ଷରୋପଣ କରିବାର ଯୋଜନା ରଖିଥିବାବେଳେ କମ୍ପାନୀ ତରଫରୁ ଅଦ୍ୟାବଧି ୨୯୦୦୦ ଚାରା ରୋପଣ କରାଯାଇସାରିଲାଣି l
ଏହି କାର୍ଯ୍ୟକ୍ରମରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ଶ୍ରୀ ସୁନୀଲ କୁମାର ଗୁପ୍ତା, ରାଜଗାଙ୍ଗପୁର କାରଖାନା ମୁଖ୍ୟ ଲୋକେଶ କୁମାର ବାହେତି, ସାମାଜିକ ଦାୟିତ୍ୱବୋଧ ବିଭାଗର ସିନିର ଜିଏମ ଡ଼ ନୀଳାଦ୍ରି ପାଢ଼ୀ, ସଙ୍ଗମ ମହିଳା ମଣ୍ଡଳର ସଭାନେତ୍ରୀ ସୁନିତା ଗୁପ୍ତା ଏବଂ ବିଭିନ ବିଭାଗର କର୍ମଚାରୀ ବୃନ୍ଦ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ l ଏହି ଅବସରରେ ଗ୍ରାମବାସୀଙ୍କୁ ବୃକ୍ଷର ଉପକାରିତା ତଥା ପରିବେଶକୁ ପରିଛନ୍ନ ରଖିବାର ଉପାଦେୟତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା l
ଶ୍ରୀ ଗୁପ୍ତା କହିଥିଲେ, “ଡାଲମିଆ ଭାରତ ଗୃପ ପରିବେଶ ପ୍ରତି ନିଜର କର୍ତ୍ତବ୍ୟକୁ ନେଇ ସର୍ବଦା ସଜାଗ l ଅଧିକ ମାତ୍ରରେ ବୃକ୍ଷରୋପଣ ଦ୍ୱାରା ଜଳବାୟୁର ପରିବର୍ତ୍ତନରେ ସୁଧାର ଆସିବା ସହିତ ଏକ ସବୁଜସୁନ୍ଦର ପୃଥିବୀ ଗଢି ତୋଳି ହେବ I”
ଏଥିରେ କୁମାରକେଲା ଗ୍ରାମର ପୂର୍ବତମ କାଉନ୍ସେଲର ପଦ୍ମିନୀ ଗାଡ଼ତିଆ , ପ୍ରସିଡେଣ୍ଟ ଜଗନ୍ନାଥ ମନ୍ଦିର କମିଟି ବୃନ୍ଦାବନ
ଗାଡ଼ତିଆ, ୧୦୦ ରୁ ଅଧିକ ଗ୍ରାମବାସୀ, କୁମାରକେଲା ଉଚ୍ଚ ପ୍ରାଥମିକତ ବିଦ୍ୟଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମିଶ୍ର , ଛାତ୍ର ଛାତ୍ରୀ, ଏସଏଚଜି ଗ୍ରୁପର ମହିଳାମାନେ ଏବଂ ସଙ୍ଗମ ମହିଳା ମଣ୍ଡଳର ସଦସ୍ୟାମାନେ ଉପସ୍ଥିତ ଥିଲେ l ଡାଲମିଆ ସିମେଣ୍ଟ ସିଏସଆର ବିଭାଗର ଶିବ ନାରାୟଣ ପରିଜା ଏବଂ କୁମାରକେଲା ଗ୍ରାମବାସୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ହୋଇଥିଲା l