ନୂଆଦିଲ୍ଲୀ– ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଭାଇରସ୍ କାରଣରୁ ଜାରି ଲକଡାଉନ ପ୍ରଭାବର ଦେଶର ଅର୍ଥବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ଅନେକ ରିଲିଫ ଉପାୟ ଘୋଷଣା କରିଛନ୍ତି । ଆରବିଆଇ ଗଭର୍ଣ୍ଣର ରେପୋ ରେଟରେ କୌଣସି ହ୍ରାସ କରି ନାହାନ୍ତି ମାତ୍ର ରିଭର୍ସ ରେପୋ ରେଟରେ ୦.୨୫ କମାଇ ୩.୭୫ ପ୍ରତିଶତ କରିଛନ୍ତି । ରିଭର୍ଭ ବ୍ୟାଙ୍କର ଗଭର୍ଣ୍ଣର ଆର୍ଥିକ ବର୍ଷ ୨୦୨୦-୨୧ରେ ସକଳ ଘରୋଇ ଉତ୍ପାଦ(ଜିଡିପି)ର ଅଭିବୃଦ୍ଧି ହାର ୧.୯ ପ୍ରତିଶତ ରହିବ ବୋଲି ଅନୁମାନ କରିଛନ୍ତି ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରିଭର୍ସ ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ କରି ୩.୭୫ ପ୍ରତିଶତ କରିଛନ୍ତି । ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ ପାଇଁ ରିଲିଫ ଘୋଷଣା କରାଯାଇଛି । ଏହି ସବୁ ବ୍ୟାଙ୍କକୁ ୫୦ ହଜାର କୋଟି ଟଙ୍କାର ସହାୟତା ରାଶି ଦେବାର ଘୋଷଣା ହୋଇଛି । ନାବାର୍ଡକୁ ସ୍ପେଶାଲ ରିଫାଇନେନ୍ସ ଆଧାରରେ ୨୫ ହଜାର କୋଟି ଟଙ୍କା ସହାୟତା ମିଳିବ ।
ଏହା ସହିତ ଆରବିଆଇ କହିଛି ଯେ, ଏଲଟିଆରଓର ଅର୍ଥରୁ ବ୍ୟାଙ୍କ ବିଭିନ୍ନ ଏନବିଏଫସି କରନ୍ତୁ । ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ ପାଇଁ ଆରବିଆଇ ରିଲିଫ ଘୋଷଣା କରିଛି । ଏଟିଏମ ୯୧ ପ୍ରତିଶତ କ୍ଷମତା ସହିତ କାମ କରୁଛି ।