
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – ବୁଗୁଡା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡ଼ିବାରୁ ୨ପୁରୁଷ ଓ ୩ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।ଏ.କରଡ଼ାବାଡ଼ି ଗ୍ରାମର କିଛି ଲୋକ ଉଜ୍ବଳା ଯୋଜନାରେ ଅନ୍ତର୍ଭୁକ୍ତ ରନ୍ଧନ ଗ୍ୟାସ ଆଣିବା ପାଇଁ ବାଲିପଦର ଯାଇ ସେଠାରୁ ନିଜ ଗ୍ରାମକୁ ଅଟୋ ରେ ଫେରୁଥିବା ବେଳେ ବିଷ୍ଣୁଚକ୍ର ନିକଟରେ ହଠାତ ଏକ ହରିଣ ସାମ୍ନାକୁ ଆସିଯିବାରୁ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା।ସେଠାରୁ ଆହତ ମାନଙ୍କୁ ଭଞ୍ଜନଗର ମେଡିକାଲ ଅଣାଯାଇଥିଲା।୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି।
