ରାଜ୍ୟରେ korona ଯୋଗୁ ଲକ ଡାଉନ ଥିବାରୁ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖାଦଇଛି. ରକ୍ତ ର ଅଭାବ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଆହ୍ୱାନ କ୍ରମେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ “କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଅଛି. ତେବେ ରକ୍ତଦାନ ସମୟ ରେ ଯେଭଳି ସାମାଜିକ ଦୂରତ୍ୱ ବଜାୟ ରହିବ ତାକୁ ପ୍ରାଧାନ୍ୟ ଦବାକୁ ମୁଖ୍ୟମନ୍ତ୍ରୀ ଙ୍କର ତରଫରୁ ଅନୁରୋଧ କରାଯାଇଥିଲା. କଟକ ର ବିଭିନ୍ନ ସ୍ଥାନରେ ଏହି “ଜୀବନ ବିନ୍ଦୁ ” କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି କଟକ ସହୀଦ ଭବନ ନିକଟ ରେ ଭ୍ରାମ୍ୟାମାଣ ଗାଡି ରେ ମୋଟ 41 ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି. ଏହି କାର୍ଯ୍ୟକ୍ରମ ରେ ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, କଟକ ଜିଲ୍ଲା ଯୁବ ଜନତା ସଭାପତି ଶ୍ରୀ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ଓ ଜୀବନ ବିନ୍ଦୁ ର ସଂଯୋଜକ ଶ୍ରୀ ରଞ୍ଜନ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ରକ୍ତଦାତା ମାନଂକୁ ଉତ୍ସାହିତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ରେ ବିଶେଷ କରି ଯୁବ ନେତା ଜଗତ ଜ୍ୟୋତି ପଟ୍ଟନାୟକ, ସିଦ୍ଧାର୍ଥ ରାୟ ଏବଂ ସକିଲ ଅଖତର ଆୟୋଜନ କରିଥିବାରୁ ଓ ଅନନ୍ୟ ଯୁବ ଓ ଛାତ୍ର ନେତା ପ୍ରମୁଖ ସହଯୋଗ ର ହାତ ବଢ଼ାଇଥିବାରୁ ଏବଂ ସଫଳତା ର ସହ ପରିଚାଳନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ.
Related Stories
August 17, 2025
August 17, 2025