ସ୍ଥାନୀୟ ଡାଲମିଆ ସିମେଣ୍ଟ ଅଡିଟୋରିଅମରେ ଗତକଲି ସନ୍ଧ୍ୟାରେ ଡାଲମିଆ ସିମେଣ୍ଟ ତରଫ ଏବଂ ଗୋପବନ୍ଧୁ ସାଂସ୍କୃତିକ ସମିତି ରାଜଗାଙ୍ଗପୁର ତରଫରୁ ଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି l ଅତିଥି ଭାବେ ସଙ୍ଗମ ମହିଳା ମଣ୍ଡଳର ସଭାନେତ୍ରୀ ସୁନିତା ଗୁପ୍ତା ଏବଂ ମିଳନ ମହିଳା ମଣ୍ଡଳର ସଭାନେତ୍ରୀ ପ୍ରିୟଙ୍କା ବହେତି ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମବେତ ଶ୍ରୋତାଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ, କବି ସମ୍ରାଟ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ l
ଆମ ସମସ୍ତଙ୍କୁ ତାଙ୍କ ଜୀବନୀରୁ ଶିକ୍ଷା ଗ୍ରହଣ କରିବା ଉଚିତ l ମୁଖ୍ୟ ବକ୍ତା ଭାବେ ଡାଲମିଆ ସିମେଣ୍ଟ ଖଣି ବିଭାଗର ମୁଖ୍ୟ ସରୋଜ କୁମାର ରାଉତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଯିବନି ଉପରେ ଆଲୋକପାତ କରିଥିଲେ ଏବଂ ପରାମର୍ଶ ଦେଇଥିଲେ ଯେ କବି ସମ୍ରାଟଙ୍କ ଭଳି ଓଡ଼ିଆ ସାହିତ୍ୟ ସାଂସ୍କୃତି ପାଇଁ ଏପରି କିଛି କାମ କରି ନିଜର ଛାପ ଛାଡ଼ିଯିବା ଉଚିତ ଯେପରି ଆସନ୍ତା ପିଢ଼ି ଆମକୁ ମନେ ପକାଇବ l
ଗୋପବନ୍ଧୁ ସାଂସ୍କୃତିକ ସମିତିର ସଭାପତି ନବଘନ ପତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମିତିର ଜେନେରାଲ ସେକ୍ରେଟାରୀ ଦୁର୍ଗେଶ କୁମାର ମିଶ୍ର ସଭା ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡ଼ ନୀଳାଦ୍ରି ପାଢ଼ୀ , ରଶ୍ମି ରଞ୍ଜନ ମହାନ୍ତି, ପ୍ରଫୁଲ୍ଲ ଓଝା, ଦିଲୀପ ବେହେରା, ଖିରୋଦ ମିଶ୍ର ଏବଂ ଗୋପବନ୍ଧୁ ସାଂସ୍କୃତିକ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ l କ୍ୱାଲିଟି ଆସୁରାନ୍ସ ବିଭାଗର ମୁଖ୍ୟ ଦୁର୍ଗେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ରାଉରକେଲା ନୃତିୟ ମଧୁରମ ଅନୁଷ୍ଠାନର କଳାକାରମାନେ ଓଡ଼ିଆ ସଂସ୍କୃତି ସମ୍ପର୍କିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l