ଛତ୍ରପୁରରେ ରାସନ ସାମଗ୍ରୀ ପ୍ୟାକେଟ୍ ବିଧାୟକ ଓ ଡିଆର୍ଡିଏ ପିଡି ବାଣ୍ଟିଲେ ବ୍ରହ୍ମପୁର: ଲକ୍ ଡାଉନ୍ ଯୋଗୁ ଗରିବ ଲୋକମାନେ ବେଶ୍ ପ୍ରଭାବିତ ହୋଇଛନ୍ତି । ଲକ୍ ଡାଉନ୍ ଯୋଗୁ ଗରିବ ଲୋକମାନେ କାମ ପାଇଁ ବାହାରକୁ ଯାଇପାରୁନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମିଲ୍ ଯୋଜନା ।ଏହି ଯୋଜନାରେ ଯେକୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା ସହୃଦୟ ବ୍ୟକ୍ତି ପ୍ରତି ଗରିବ ପରିବାର ପାଇଁ ୫କେଜି ଚାଉଳ, ୧କେଜି ଡାଲି, ୧କେଜି ଖାଇବା ତେଲ, ୧କେଜି ଲୁଣ, ୧କେଜି ସୋଆବିନ୍ ଓ ମସଲା ଦାନ ଆକାରରେ ଦେଇପାରିବେ । ଏଥିପାଇଁ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏକ ସେଲ୍ ଖୋଲାଯାଇଛି । ସେହି ସେଲ୍କୁ ଯାଇ ଯେ କେହିବି ଏହା ପ୍ରଦାନ କରିପାରିବେ । ସେମିତି କିଛି ସଂଗ୍ରହ ହୋଇଥିବା ଖାଦ୍ୟ ସାମଗ୍ରୀ ପୁଡିଆକୁ ଗୁରୁବାର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଛତ୍ରପୁର ଏନ୍ଏସି ଅନ୍ତର୍ଗତ ୧୪ନମ୍ବର ୱାର୍ଡର ଏନ୍ଏସି କଲୋନୀ ବୁଲି ସରକାରଙ୍କ ଖାଦ୍ୟ ଯୋଜନାରୁ ବଞ୍ôଚତ ହୋଇଥିବା ଗରିବ ପରିବାରକୁ ପ୍ରଦାନ କରିଥିଲେ । ଏଥିରେ ଛତ୍ରପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଏପିଡି(ଗ୍ରାମୀଣ ଗୃହ)ସୌମ୍ୟରଞ୍ଜନ ହୋତା, ଜଳ ଓ ପରିମଳ ମିଶନର ମହେଶ ତରେଇଙ୍କ ସମେତ ଏନ୍ଏସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Related Stories
November 25, 2024