-
ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଅଣ୍ଡା ଯୋଗାଣ
-
ବିଭିନ୍ନ ମହଲରେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା
Related Stories
November 25, 2024
ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣକୁ ଚେକ୍ ଦେବାପାଇଁ ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଖୋଦ୍ ଫୋନ୍ ଯୋଗେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହିମର୍ମରେ ଜିଲ୍ଲାବାସୀଙ୍କୁ କରୋନାମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ବିଭିନ୍ନ ପଦକ୍ଷେପ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଶିଶୁ, ପ୍ରସୂତୀ ଓ ଗର୍ଭବତୀ ମହିଳାମାନଙ୍କୁ ପ୍ରଦାନ କରାଯାଉଥିବା ଅଣ୍ଡା ପହଞ୍ଚାଇବା କ୍ଷେତ୍ରରେ କରୋନା ପାଇଁ ଜିଲ୍ଲାରେ ଲାଗିଥିବା ଲକ୍ ଡାଉନ୍ ଓ ୧୯ଘଣ୍ଟିଆ ସଡ୍ ଡାଉନ୍ ବହୁ ବାଧା ଉପୁଜୁଥିଲା । ଏହାକୁ ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାରେ ପ୍ରଥମ ପାଇଲେଟ୍ ପ୍ରଜେକ୍ଟ ଭାବେ ଗଞ୍ଜାମ ଜିଲ୍ଲାରେ ଶିଶୁ, ପ୍ରସୂତି ଓ ଗର୍ଭବତୀ ମହିଳାମାନଙ୍କ ଘର ସମ୍ମୁଖରେ ଅଣ୍ଡା ପହଞ୍ଚାଇବା ପାଇଁ ଏକ ଉତ୍ତମ ପଦକ୍ଷେପ ନେଇଛନ୍ତି । ଜିଲ୍ଲାର ୩ଟି ସବ୍ଡିଭିଜନ ବ୍ରହ୍ମପୁର, ଆସିକା, ଛତ୍ରପୁରରେ ୩ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ଅଣ୍ଡା ପହଞ୍ଚାଇବା ପାଇଁ ଦାୟୀତ୍ୱ ନ୍ୟସ୍ତ କରିଥିଲେ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଛତ୍ରପୁର ସବ୍ଡିଭିଜନ ଦାୟୀତ୍ୱରେ ଥିବା ମା’ ଉଜେଳେଶ୍ୱରୀ ସ୍ୱୟଂ ସହାକିକା ଗୋଷ୍ଠୀ ଗୁରୁବାର ବିଭିନ୍ନ କେନ୍ଦ୍ରରେ ଅଣ୍ଡା ପହଞ୍ଚାଇବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସିଡିପିଓ ସଲିଳା ପ୍ରଧାନ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତରେ ପହଞ୍ôଚ ବିଭିନ୍ନ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ମହିଳା ଓ ଶିଶୁମାନଙ୍କ ଘରକୁ ଘର ବୁଲି ଅଣ୍ଡା ପହଞ୍ଚାଇଥିବା ଦେଖିବାକୁ ମିଳିଛି । ସେହିପରି ପ୍ରତ୍ୟେକ ଗ୍ରାମ ମାନଙ୍କରେ ମଧ୍ୟ ହିତାଧିକାରୀଙ୍କ ଘରକୁ ଘର ପହଞ୍ôଚ ଅଣ୍ଡା ବଣ୍ଟନ କରାଯାଉଥିବା ଜଣାପଡିଛି । ଗଞ୍ଜାମ ସହରାଞ୍ଚଳ ଓ ରମ୍ଭା ସହରାଞ୍ଚଳ ଓ ଗଞ୍ଜାମ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ରହିଥିବା ୧୫୩ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ଦ୍ୱାରା ଅଣ୍ଡା ବଣ୍ଟନ କରାଯାଇଥିବା ସିଡିପିଓ ଶ୍ରୀମତୀ ପ୍ରଧାନ ସୂଚନା ଦେଇଥିବା ବେଳେ ସପ୍ତାହକୁ ୩ଟି କରି ମାସକୁ ୧୨ଟି ଅଣ୍ଡା ପ୍ରତ୍ୟେକଙ୍କୁ ପ୍ରଦାନ କରାଯାଉଥିବା ସେ କହିଥିଲେ । ସେହିପରି ପ୍ରି-ସ୍କୁଲରେ ଶିଶୁମାନଙ୍କୁ ୫ଟିକରି ୨୦ଟି ଅଣ୍ଡା ପ୍ରଦାନ କରାଯାଉଥିବା ସୂଚନା ମିଳିଛି । ପ୍ରତ୍ୟେକ ଅଙ୍ଗନୱାଡ଼ି କର୍ମୀମାନଙ୍କୁ କୋଭିଡ-୧୯ର ନିୟମ ମାନି ସାମାଜିକ ଦୂରତା ରକ୍ଷାକରି ଅଣ୍ଡା ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ଜିଲ୍ଲା ପ୍ରଶାସନର ଏପରି କାର୍ଯ୍ୟକୁ ଅଙ୍ଗନୱାଡ଼ି କର୍ମୀମାନେ ସ୍ୱାଗତ କରିଥିବା ବେଳେ ହିତାଧିକାରୀମାନେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କରୋନା ବିଭିଷିକା ସମୟରେ ଅଙ୍ଗନୱାଡ଼ି କର୍ମୀ ଘରେ ଆଣି ଅଣ୍ଡା ପହଞ୍ଚାଇଥିବାରୁ ପ୍ରଶାସନର ଏଭଳି ପ୍ରଶଂସ କାର୍ଯ୍ୟକୁ ଗଞ୍ଜାମ ସହରାଞ୍ଚଳ ଅଧିନସ୍ଥ ଦାମଦୋରପୁର ଗ୍ରାମର ଉପଭୋକ୍ତା ମହିଳା ସଞ୍ଜୁ ବେହେରା ଉଚ୍ଚ ପ୍ରଶଂସା କରିଛନ୍ତି । ସୂଚନାଥାଉକି, ଜିଲ୍ଲାର ଧରାକୋଟ, ଆସିକା, ଖଲ୍ଲିକୋଟ, ଛତ୍ରପୁର, ଗଞ୍ଜାମ ବ୍ଲକ୍ ଅଞ୍ଚଳରେ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଅଣ୍ଡା ବଣ୍ଟନ ହୋଇଥିବା ଜଣାପଡିଛି । ତେବେ ଓଡ଼ିଶାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଅଣ୍ଡା ବଣ୍ଟନ ପ୍ରକ୍ରିୟା ପ୍ରଥମ ବୋଲି ଜଣାପଡିଛି ।