ଇସଲାମାବାଦ– ପାକିସ୍ତାନରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୦୬କୁ ବୃଦ୍ଧି ଘଟିଛି । ଏହା ସହିତ ଏହି ମହାମାରୀରେ ୧୨୪ ଜଣଙ୍କ ମୃତ୍ୟୁ ଘଟିିଛି । ପାକିସ୍ତାନର ସିନ୍ଧ ପ୍ରାନ୍ତରେ ୧୬୬୮, ପଞ୍ଜାବରେ ୩୨୧୭, ବଲୁଚିସ୍ତାନରେ ୨୮୧, ଖୈବର ପଖତୁନଖଓ୍ାରେ ୯୧୨, ଇସଲାମାବାଦରେ ୧୪୫, ଗିଲଗିଟ୍ ବାଲିଷ୍ଟାନରେ ୨୩୭ ଓ ପାକ୍ ଅଧିକୃତ କାଶ୍ମୀରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ଘଟିଛି ।
ଉଲ୍ଲେଖନୀୟ, ଚୀନର ଉହାନ ସହରରୁ କରୋନା ଭାଇରସ୍ ମହାମାରୀ ବ୍ୟାପିବା ଆରମ୍ଭ ହୋଇଥିଲା । ସଗମ୍ର ବିଶ୍ୱରେ ୨୧୦ରୁ ଅଧିକ ଦେଶକୁ ଏହି ମହାମାରୀ ବ୍ୟାପି ସାରିଛି । ଅନେକ ଦେଶରେ ଲକଡାଉନ ଜାରି କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଇଛି । ବିଶ୍ୱ ସ୍ତରରେ କରୋନା ଭାଇରସରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନହାନୀ ଘଟିଲାଣି । ଆମେରିକା, ଇଟାଲୀ, ଫ୍ରାନ୍ସ ଓ ସ୍ପେନରେ ସ୍ଥିତି ବହୁତ ଦୟନୀୟ ରହିଛି ।