ଜିନେଭା/ଓ୍ଵାଶିଂଟନ– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ପ୍ରମୁଖ ବୁଧବାର ମିଳିତ ଜାତିସଂଘର ଏଜେନ୍ସିର ଫଣ୍ଡିଂ ରୋକିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତି ଉପରେ ଦୁଃଖ ପ୍ରକଟ୍ କରିଛନ୍ତି । ମାତ୍ର ଏବେ ଦୁନିଆକୁ କରୋନା ଭାଇରସ୍ ବିରୁଦ୍ଧ ଲଢେଇରେ ଏକଜୁଟ୍ ହେବାର ସମୟ ଆସିଛି ।
ଟ୍ରମ୍ପଙ୍କ ଏହି ପଦକ୍ଷେପରେ ଦୁନିଆର ଅନେକ ଦେଶର ନେତା ସମାଲୋଚନା କରିଛନ୍ତି । ଡବ୍ଲ୍ୟୁଏଚଓର ମହା ନିର୍ଦ୍ଦେଶକ ଟେଡ୍ରୋସ୍ ଅଦନୋମ ଘେବ୍ୟସିୟସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେରିକା ଡବ୍ଲ୍ୟୁଏଚଓର ଏକ ଲମ୍ବା ସମୟରୁ ସ୍ଥାୟୀ ଓ ଉଦାର ମିତ୍ର ରହି ଆସିଛି ଏବଂ ଆମେ ଆଶା କରୁଛୁ ଯେ, ଏହା ଆଗକୁ ମଧ୍ୟ ଜାରି ରହିବ ।
ଟେଡ୍ରୋସ୍ କହିଛନ୍ତି ଯେ, ୟୁଏନ ଆମେରିକା ଆର୍ଥିକ ସହାୟତା ରୋକିବା ପରେ ଡବ୍ଲ୍ୟୁଏଚଓ ଉପରେ ପଡିବାକୁ ଥିବା ପ୍ରଭାବର ସମୀକ୍ଷା କରିବ । ଆମେ ନିଜର ଭାଗିଦାରୀଙ୍କ ସହିତ ମିଶି କୌଣସି ପ୍ରକାରର ଅଭାବକୁ ଦୂର କରିବା ଦିଗରେ କାମ କରିବୁ ଏବଂ ସୁନିଶ୍ଚିତ କରିବୁ ଯେ, ଆମର କାମ ନିର୍ବାଧ ଭାବେ ଜାରି ରହୁ । ଡବ୍ଲ୍ୟୁଏଚଓ ବିଶେଷ କରି କରୋନା ଭାଇରସ୍ ମହାମାରୀ ବିରୋଧୀ ଅଭିଯାନ ପାଇଁ ଏକ ଅରବ ଡଲାରରୁ ଅଧିକ ଆର୍ଥିକ ସହାୟତା ପାଇଁ ଅପିଲ କରିଛି ।
ବିଲ୍ ଗେଟ୍ସ ମଧ୍ୟ ଏହି ବିଷୟରେ ଏକ ଟୁଇଟ୍ କରି କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆର୍ଥିକ ସହାୟତା ରୋକିବା ବିପଦଜ୍ଜନକ ଅଟେ । ଦୁନିଆକୁ ଏବେ ପୂର୍ବାପେକ୍ଷା ଡବ୍ଲ୍ୟୁଏଚଓର ଅଧିକ ଆବଶ୍ୟକତା ରହିଛି । ଆମେରିକା ୨୦୧୯ରେ ଡବ୍ଲ୍ୟୁଏଚଓକୁକ ୪୦୦ ମିଲିୟନ ଡଲାରରୁ ଅଧିକ ଯୋଗଦାନ ଦେଇଥିଲା, ଯାହା ମୋଟ୍ ବଜେଟର ୧୫ ପ୍ରତିଶତ । ଟ୍ରମ୍ପ ପ୍ରଶାସନର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓ୍ଵାଶିଂଟନ ପ୍ରାୟ ୫୮ ମିଲିୟନ ଡଲାରର ଯୋଗଦାନ ରୋକିବ, ଯାହା ୨୦୨୦ରେ ଦିଆଯିବାର ଥିଲା । ଏବେ ଏହି ଅର୍ଥକୁ ଅନ୍ୟ ଭାଗିଦାରୀଙ୍କ ସହିତ ଖର୍ଚ୍ଚ କରାଯିବ ।