ଭୁୁବନେଶ୍ୱର । କରୋନା ସଂକ୍ରମଣକୁ ରୋକିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ଆଗାମୀ ତିନି ମଇ ଯାଏ ଘୋଷଣା କରା ଯାଇଥିବା ବେଳେ ଆଗାମୀ ୨୦ ତାରିଖକୁ ରାଜ୍ୟରେ କୋର୍ଟ ଦୈନିକ ଏକ ଘଂଟା ପାଇଁ ଖୋଲିବାକୁ ନିର୍ଦେଶନାମା ଜାରୀ କରା ଯାଇଛି । ହାଇକୋର୍ଟଙ୍କ ପକ୍ଷରୁ ଏହି ନିର୍ଦେଶନାମା ଜାରୀ କରା ଯାଇଛି ।
ଏଥିରେ କୁହା ଯାଇଛି ଯେ ସକାଳୁଆ କୋର୍ଟ ୯ଟାରୁ ୧୦ ଟା ଯାଏ ଚାଲିବ । ସକାଳ ସିଟିଂ ହେଉ ନ ଥିବା କୋର୍ଟ ଦିନ ୧୧ଟାରୁ ୧୨ ଟା ଯାଏ କାର୍ଯ୍ୟ କରିବ ବୋଲି ଏହି ନିର୍ଦେଶରେ କୁହା ଯାଇଛି । ପରବର୍ତୀ ନିର୍ଦେଶ ଯାଏ ଏହା ଲାଗୁ ରହିବ ବୋଲି ଏଥିରେ କୁହା ଯାଇଛିା