ଭୁୁବନେଶ୍ୱର । ଲକଡାଉନ କାରଣରୁ ପିଲା ମାନଙ୍କର ପାଠ ପଢା ପ୍ରଭାବିତ ହେଉଥିବା କାରଣରୁ ଏବେ ପିଲା ମାନେ ହ୍ୱାଟ୍ସ ଆପ ଜରିଆରେ ପାଠ ପଢିବେ । ଶିକ୍ଷା ସଂଯୋଗ ଶିକ୍ଷା ସଂଯୋଗ ହ୍ୱାଟସ ଆପ ଗ୍ରୁପ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ ଯାଏ ପିଲା ମାନେ ପାଠ ପଢିବେ ।
ଖୋର୍ଧା ଜିଲ୍ଲାର ୧୦ଟି ବ୍ଲକ ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ସବୁ ସ୍କୁଲରେ ଏହି ଶିକ୍ଷା ସଂଯୋଗ ଯୋଜନା ଲାଗୁ ହେବ । ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଏ ନେଇ ଜିଲ୍ଲାର ସବୁ ବିଇଓ, ପ୍ରଧାନ ଶିକ୍ଷକ ମାନଙ୍କୁ ପତ୍ର ଲେଖିଛନ୍ତି । ସବୁ ଶ୍ରେଣୀ ପାଇଁ ଯେପରି ହ୍ୱାଟସ ଆପ ଗ୍ରୁପ କରା ଯିବ ସେ ନେଇ ଏହି ଚିଠିରେ ଉଲ୍ଲେଖ ରହିଛି ।
ଏହା ବ୍ୟତୀତ ଗୁଗଲ ପ୍ଲେ ଷ୍ଟୋରରୁ ଦୀକ୍ଷା ମୋବାଇଲ ଆପ,ଉଜ୍ୱଳା ଏବଂ ଉତଥାନ ଓଡିଶା ଡାଉନ ଲୋଡ କର ପାରିବେ ବୋଲି ପତ୍ରରେ ଉଲ୍ଲେଖ ରହିଛି । ଆସନ୍ତା ୧୯ରୁ ଜୁନ ୨୦ ଯ୍ଧଶ ଏଭଳି ପଦ୍ଧତିରେ ଅନଲାଇନ ଶିକ୍ଷା ଦାନ ଜାରୀ ରଖିବାକୁ ସମସ୍ତ ବିଇଓ ଓ ସ୍କୁଲର ପ୍ରଧାନ ଶିକ୍ଷକ ମାନଙ୍କୁ କୁହା ଯାଇଛି ।