ଭୁୁବନେଶ୍ୱର। ଏପ୍ରିଲ ୧୫ ସକାଳୁ ୧୬ ଏପ୍ରିଲ ସକାଳ ଯାଏ ବିଭିନ୍ନ ଗାଇଡଲାଇନ ଉଲ୍ଲଂଘନ ମାମଲାରେ ରାଜ୍ୟରେ ମୋଟ ୧୪୪ଟି ମାମଲା ରୁଜୁ କରା ଯାଇଛି । ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ ଏହି ସୂଚନା ଦେଇଛନ୍ତି ।
ଏହି ୧୪୪ଟି ମାମଲା ମଧ୍ୟରୁ ୧୩୪ ଟି ମାମଲା ଲକଡାଉନ ଗାଇଡ ଲାଇନ ଉଲ୍ଲଂଘନ କାରଣରୁ ରୁଜୁ ହୋଇଥିବା ବେଳେ ହୋମ କ୍ୱାରେଂଟାଇନ ଗାଇଡ ଲାଇନ ଉଲ୍ଲଂଘନ ମାମଲାରେ ୪ଟି ମାମଲା ତଥା ଅନ୍ୟ ପ୍ରସଙ୍ଗରେ ୬ଟି ମାମଲା ରୁଜୁ କରା ଯାଇଛି ।