

Related Stories
May 10, 2025
ବ୍ରହ୍ମପୁର: ଆକ୍ସନ ମୁଡ୍ରେ କୁକୁଡାଖଣ୍ଡି ତହସିଲଦାର । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍ ଜାରି ରହିଥିଲେ ମଧ୍ୟ ତହସିଲ ଅଞ୍ଚଳରେ ଚାଲିଥିବା ବେଧଡକ ଚୋରାମଦ କାରବାରକୁ ରୋକ୍ ଲଗାଇବାରେ ସଫଳ ହୋଇଛନ୍ତି । ମଙ୍ଗଳବାର ଦିନ କଙ୍କିଆ ପଞ୍ଚାୟତର ସରକଟ ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ଚୋରା ଦେଶୀ ମଦ କାରଖାନା ଠାବ କରିଥିବା ବେଳେ ବୁଧବାର ଦିନ ଗୁରୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ନୂଆଁଯୋଗୀଆପଲ୍ଲୀରେ ଏକ ଘରେ ଚୋରା ରନ୍ଧା ମଦ ପ୍ରସ୍ତୁତି ଚାଲିଥିବା ଖବରପାଇ ସେଠାରେ ଚଢ଼ାଉ କରିଥିଲେ । ଅବକାରୀ ବିଭାଗ ସହିତ ନିଜେ ତହସିଲଦାର ଡା. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଯୋଗିଆପଲ୍ଳୀ ଗ୍ରାମର ବିଜୟ ସାହୁ ଘରେ ଚଢ଼ାଉକରି ୨୦ଲିଟର ଦେଶୀ ମଦ ସହ ୫୦ଲିଟର ଗୁଡମିଶା ରନ୍ଧା ଦେଶୀ ମଦକୁ ଘର ଭିତରୁ ଜବତ କରିଛନ୍ତି । ସେଠାରୁ ୩ଟି ରସ ଡେକଚି ଓ ମଦ ରନ୍ଧା ସାମଗ୍ରୀ ମଧ୍ୟ ଜବତ କରିଛନ୍ତି । ଘର ମାଲିକ ତଥା ଦେଶୀ ମଦ ପ୍ରସ୍ତୁତ କରୁଥିବା ବିଜୟ ସାହୁକୁ ଗିରଫ କରିଥିବା ଜଣାପଡିଛି । ତେବେ ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଦେଶୀ ମଦ ତିଆରି କରୁଥିବା କଳା ମଦ ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।