-
ଘରୋଇ ହିଂସା ରୋକିବା ପାଇଁ ଡାଏଲ୍ ୧୦୦, ୨୪ ଘଣ୍ଟିଆ କାମ କରୁଛି
ବ୍ରହ୍ମପୁର: କରୋନାର ସଙ୍କ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ମାସ ୨୫ରୁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଥିଲେ । ଏହାକୁ ସମର୍ଥନ ଜଣାଇ ବ୍ରହ୍ମପୁର ସହରରେ ମଧ୍ୟ ଲକ୍ ଡାଉନ୍ ପାଳନ ହୋଇଥିଲା । ପ୍ରଶାସନ ଏବଂ ପୁଲିସ ଉଭୟେ ନିଜ ନିଜ କାର୍ଯ୍ୟକରି ଲକ୍ ଡାଉନ୍କୁ ସଫଳ କରିଥିଲେ । ତେବେ ସ୍ଥାନୀୟ ଲୋକେ ମଧ୍ୟ ପ୍ରଶାସନର ନିୟମ ମାନି ଏହାକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ଫଳରେ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରରେ ବର୍ତ୍ତମାନ ଯାଏଁ କରୋନା ରୋଗୀ ଦେଖିବାକୁ ମିଳିନାହିଁ । ତେଣୁ ଏହି ୨୧ଦିନ ବ୍ରହ୍ମପୁର ସହରବାସୀ କଷ୍ଟ ସ୍ୱିକାର କରିବା ସହ ଘରେ ରହି ପୁଲିସ ଏବଂ ପ୍ରଶାସନକୁ ସଫଳ କରିବାରେ ବେଶ୍ ସହଯୋଗ କରିଥିଲେ । ସେମାନଙ୍କ ସହଯୋଗ ପାଇଁ ଏହି ସଫଳତା ମିଳିଥିବା ଯୋଗୁଁ ସହରବାସୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଧନ୍ୟବାଦ ଦେଇଛନ୍ତି । ସେହିପରି ମେ ୩ ତାରିଖ ଯାଏ ଁ ଏହି ଲକ୍ ଡାଉନ୍ ଅବଧି ବଢିବା ଯୋଗୁଁ ଆଗକୁ ମଧ୍ୟ ସହରବାସୀ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଏହି ଲକ୍ ଡାଉନ୍ ସମୟରେ ଘରୋଇ ହିଂସା ପୂର୍ବପେକ୍ଷା ବଢିଛି । ତେଣୁ ତୁରନ୍ତ ଘରେ ରହିଁ ହିଁ ୧୦୦ ନମ୍ବରକୁ ଡାଏଲ୍ କରନ୍ତୁ ପୁଲିସ ତୁରନ୍ତ ଘରେ ପଂହଚିବ ବୋଲି କହିଛନ୍ତି । ଏହି ୧୦୦ ନମ୍ବର ୨୪ ଘଣ୍ଟା କାମ କରୁଛି । ଏନେଇ ଜଣେ ପଦସ୍ଥ ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ତେଣୁ ବିନା ଦ୍ୱିଧ।।ରେ ଏହାକୁ କାର୍ଯ୍ୟରେ ଲଗାନ୍ତୁ ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର ସହରବାସୀ ଏବଂ ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧିନରେ ଥିବା ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।