ବ୍ରହ୍ମପୁର: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ବୁଧବାର ଜଣେ ବି କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇନାହାନ୍ତି । ଆଇସୋଲେସନ୍ ୱାର୍ଡରେ ଥିବା ସମସ୍ତ ରୋଗୀଙ୍କୁ ଡିସ୍ଚାର୍ଜ କରାଯାଇଥିବା ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏମ୍କେସିଜି ମାଇକ୍ରୋବାୟୋଲୋଜି ବିଭାଗରେ ମଙ୍ଗଳବାର ୧୨ଜଣଙ୍କ ସ୍ୱାବ୍ ପରୀକ୍ଷା କରି ଭୁବନେଶ୍ୱର ରିପୋର୍ଟ ପଠାଯାଇଥିଲା । ସମସ୍ତ ରିପୋର୍ଟ ନେଗେଟିଭ୍ ରହିଥିବା ଅଧୀକ୍ଷକ ପ୍ରଫେସର ଡା. ମିଶ୍ର ସୂଚନା ଦେଇଛନ୍ତି । ଏମ୍କେସିଜିରେ ଭର୍ତ୍ତି ହୋଇଥିବା ୪ଜଣ ଏବଂ ସିଟି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ୮ଜଣ ସନ୍ଦିଗ୍ଧଙ୍କ ସ୍ୱାବ୍ ସଂଗ୍ରହ କରି ଏମ୍କେସିଜି ମାଇକ୍ରୋବାୟୋଲୋଜି ବିଭାଗକୁ ପଠାଯାଇଥିଲା । ଏହି ସମସ୍ତ ରିପୋର୍ଟ ନେଗେଟିଭ୍ ଆସିବା ପରେ ସମସ୍ତଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ବୁଧବାର ପୁଣି ଗଞ୍ଜାମ ଜିଲ୍ଲାର ୯ଜଣଙ୍କ ସ୍ୱାବ୍ ଏମ୍କେସିଜି ଆସିଛି । ଏମାନଙ୍କ ସ୍ୱାବ୍ ପରୀକ୍ଷା ହେବା ପରେ ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ପଠାଯିବ ।
Related Stories
November 24, 2024
November 24, 2024