ବ୍ରହ୍ମପୁର: ଏଣିକି ସର୍ବସାଧାରଣ ରାସ୍ତାରେ ଛେପ ପକାଇଲେ ୫୦୦ଟଙ୍କା ଫାଇନ୍ ଦେବାକୁ ପଡିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାରେ ଏହି ନିୟମ ଜାରି କରିଛନ୍ତି । ସର୍ବସାଧାରଣ ଜାଗାକୁ ଆସିବା ସମୟରେ ମାସ୍କ ପିନ୍ଧନ୍ତୁ ଏବଂ ଛେପ ପକାନ୍ତୁ ନାହିଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସୂଚନା ଦେଇଛନ୍ତି । ଜିଲ୍ଲାରେ ଏହି ନିୟମ ଜାରି କରାଯାଇଥିବା ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ମଙ୍ଗଳବାର ରାତି ୯.୨୬ରେ ଟ୍ୱିଟ୍ କରି ଜଣାଇଛନ୍ତି । ଲକ୍ଡାଉନ୍ର ୨୧ଦିନ ଅତିକ୍ରମ ପରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ବୁଧବାର ଠାରୁ ଆରମ୍ଭ ହୋଇଛି । ବୁଧବାର ବିଭିନ୍ନ ଜାଗାରେ କଟକଣାକୁ ଉଲଂଘନ କରିବା ସହ ଲୋକ ଘରୁ ପଦାକୁ ଆସିଛନ୍ତି । ପ୍ରଶାସନ ଓ ପୁଲିସ ପକ୍ଷରୁ ପାଟ୍ରୋଲିଂ କରି ପୁଣି ଲୋକଙ୍କୁ ଘଉଡାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହା ଆଉ ଏକ ନୂଆ ପଦକ୍ଷେପ । ରାଜ୍ୟରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୧୪୪ଲାଗୁ କରାଯାଇଥିବା ବେଳେ ନୋ-ମାସ୍କ, ନୋ ଗ୍ରୋସରି, ମାସ୍କ ନ ପିନ୍ଧିଲେ ୧ହଜାର ଟଙ୍କା ଜରିମାନା ଭଳି ପଦକ୍ଷେପ ନିଆଯାଇଥିଲା । ପୁଣି ସର୍ବସାଧାରଣ ଜାଗାରେ ଛେପ ପକାଇଲେ ୫୦୦ଟଙ୍କା ଫାଇନ୍ ନିର୍ଦ୍ଦେଶ ଦେଇଛି । ଜିଲ୍ଲାପାଳଙ୍କ ଗୋଟିଏ ପରେ ଗୋଟିଏ ନୂତନ ପଦକ୍ଷେପକୁ ରାଜ୍ୟ ବ୍ୟାପୀ ଗ୍ରହଣ କରୁଛନ୍ତି ଏବଂ ଗଞ୍ଜାମରେ ଆରମ୍ଭ ହେବା ପରେ ଅନ୍ୟ ସବୁ ଜିଲ୍ଲାରେ ତଥା ରାଜ୍ୟରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉଛି ।
Related Stories
November 24, 2024
November 24, 2024