ଭୁବନେଶ୍ୱର– କୋବିଡ-୧୯ ମୁକାବିଲା ପାଇଁ ପ୍ରସ୍ତୁତି ସହିତ ସମୟ ବାହାର କରି ଗ୍ରୀଷ୍ମ ଲହରୀର ମୁକାବିଲା କରିବା ଦିଗରେ ପ୍ରସ୍ତୁତି କରନ୍ତୁ । ଏସଆରସିଙ୍କ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖି ଏହା କୁହା ଯାଇଛି ।
ଏହି ପତ୍ରରେ କୁହା ଯାଇଛି ଯେ ସମସ୍ତ ଅଧିକାରୀ ମାନଙ୍କୁ ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ପାଇଁ ପ୍ରସ୍ତୁତି ନେଇ ସମୀକ୍ଷା କରନ୍ତୁ । ଲକ ଡାଉନ ସମୟରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ ତଥା ନରେଗା ପାଇଁ ଅନୁମତି ଦିଆ ଯାଇଥିବାରୁ ସେଠାରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଆବଶ୍ୟକୀୟ ପ୍ରସ୍ତୁତି ପାଇଁ ଏହି ପତ୍ରରେ ଉଲ୍ଲେଖ କରା ଯାଇଛି ।