ନୂଆଦିଲ୍ଲୀ । ଦେଶରେ ଲକ ଡାଉନ ଆଗାମୀ ୩ ମଇ ଯାଏ ବଢାଯିବା ପରେ ଏ ସମ୍ପର୍କରେ ବିସ୍ତୃତ ଗାଇଡଲାଇନ ସରକାରଙ୍କ ପକ୍ଷରୁ ଆଜି ଘୋଷଣା କରା ଯିବା
ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରି କରୋନା ମହାମାରୀରୁ ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ଚାଲିଥିବା ଲକ ଡାଉନକୁ ଆଗାମୀ ମଇ ମାସ ୩ ତାରିଖ ଯାଏ ବଢା ଯିବା ସମ୍ପର୍କରେ ଘୋଷଣା କରିଥିଲେ । ଏହା ବ୍ୟତୀତ ସେ ସ୍ପଷ୍ଟ କରିଛନ୍ତି ଯେ କରୋନା ସଂକ୍ରମଣରୁ ବର୍ତି ଥିବା ଅଂଚଳ ମାନଙ୍କର ଆଗାମୀ ୨୦ ଏପ୍ରିଲରୁ ଲକ ଡାଉନରେ ସର୍ତମୂଳକ ରିହାତି ଦିଆ ଯାଇ ପାରେ ବୋଲି କହିଥିଲେ । ଏ ସମ୍ପର୍କରେ ବିସ୍ତୃତ ଗାଇଡଲାଇନ ସରକାରଙ୍କ ପକ୍ଷରୁ ବୁଧବାର ଦିନ ଘୋଷଣା କରା ଯିବ ବୋଲି ସେ ପ୍ରକାଶ କରିଥିଲେ ।