ଭୁବନେଶ୍ୱର– କରୋନା ମହାମାରୀକୁ ଆଖି ଆଗରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ବିଜେଡିର ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ।
ସେ କହିଛନ୍ତି ଯେ ସମସ୍ତ ବିଜେଡି କର୍ମୀ ଓ ନେତୃବୃନ୍ଦଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ନିର୍ଦେଶ ଦିଆ ଯାଇଛି । ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଦେବାକୁ କୁହା ଯାଇଛି ।
ସେ କହିଛନ୍ତି ଦୀର୍ଘ ଦିନ ଧରି ଦଳ ପକ୍ଷରୁ କରା ଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ ଜାରୀ ରହିବ । ଜଣେ ବି ଯେପରି ରକ୍ତ ଅଭାବରୁ ସ୍ୱାସ୍ଥ୍ୟଗତ ସମସ୍ୟାରେ ନ ପଡନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ ବିଜେଡି ସଭାପତି ସମସ୍ତ କର୍ମୀ, ନେତା ଓ ଶୁଭେଚ୍ଛୁ ମାନଙ୍କୁ ନିବେଦନ କରିଛନ୍ତି ।