ଭୁବନେଶ୍ୱର– ରାଜ୍ୟରେ କରୋନାର ମୋଟ ୪୧ଟି ସକ୍ରିୟ ମାମଲା ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ରାଜ୍ୟରେ ୫୫୩୭ ନମୁନାର ପରୀକ୍ଷା କରା ଯାଇଛି । ଏଥି ମଧ୍ୟରୁ ୬୦ଟି ନମୁନା ପଜିଟିଭ ଆସିଛି । ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।