ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଂଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ପରେ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।
ଗତ କିଛି ମାସ ଧରି ଅଭିଯୁକ୍ତ ଜଣକ ନାବାଳିକାଙ୍କ ସହିତ ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ନାବାଳିକାଙ୍କ ମାସିକ ଋତୁସ୍ରାବ ବନ୍ଦ ହେବାରୁ ପରିବାର ଲୋକଙ୍କ ମନରେ ଏନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏହା ପରେ ଡ଼ାକ୍ତରଙ୍କ ଦ୍ୱାରା ପରୀକ୍ଷା କରିବାରୁ ନାବାଳିକା ଜଣକ ତିନି ମାସର ଗର୍ଭବତୀ ଥିବା ଜଣାପଡିଥିଲା । ସମ୍ପ୍ରତି ପୀଡ଼ିତାଙ୍କୁ ଶିଶୁ କଲ୍ୟାଣ ସମିତିରେ କାଉନସିଲିଂ କରାଯାଉଛି । ଆଜି ସିଆରପିସିର୧୬୪ ଧାରା ଅନୁସାରେ ପୀଡ଼ିତାଙ୍କ ବୟାନ୍ ରେକର୍ଡ଼ କରାଯିବ ବୋଲି ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି ।