ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମରେ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିଛି । ସହରରେ ୧୮ଟି ଟିମ୍ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା(ସ୍କ୍ରିନିଂ) କରୁଛନ୍ତି । ୬ଦିନ ଭିତରେ ୨, ୫୩, ୦୬୫ଜଣଙ୍କ ସ୍କ୍ରିନିଂ ତଥା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର ସୂଚନା ଦେଇଛନ୍ତି । ଏମାନଙ୍କ ଭିତରେ ୫୯ଜଣ ଥଣ୍ଡା, କାଶ ଓ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ଚିହ୍ନଟ କରିବା ପରେ ସ୍ୱାବ୍ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ କରୋନା ହଟ୍ସ୍ପଟ୍ରୁ ସହରକୁ ୮୪ଜଣ ଫେରିଛନ୍ତି । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୮୩ଜଣ ଓ କଟକରୁ ଜଣେ ଫେରିଛନ୍ତି । ସେମାନଙ୍କ ଉପରେ ମଧ୍ୟ ବିଏମ୍ସି ଚିହ୍ନଟ କରିଛି ଏବଂ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦେଇଛି । ହଟ୍ସ୍ପଟ୍ରୁ ଫେରିଥିବା ୧୨ଜଣଙ୍କ ସ୍ୱାବ୍ ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ରହିଥିବା ଜଣାପଡିଛି । ବ୍ରହ୍ମପୁରରେ ସ୍ୱତନ୍ତ୍ର ଭାବେ ସ୍କ୍ରିନିଂ କରାଯାଉଛି ଏବଂ ସବୁ ଟିମ୍ରେ ଜଣେ ଡାକ୍ତର ରହିଛନ୍ତି । ସହରରେ ୫୯ଜଣ ଅସୁସ୍ଥଙ୍କ ମଧରେ ୧୧ଜଣଙ୍କୁ ଜ୍ୱର, ୨୧ଜଣଙ୍କୁ ଶୁଖିଲା କଫ, ୩୧ଜଣ ଥଣ୍ଡାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ଭିତରେ ୬ଜଣ ଜନ୍ମରୁ ୧୨ବର୍ଷ ମଧ୍ୟରେ ପିଲା ରହିଛନ୍ତି ।
Related Stories
November 22, 2024