କଟକ ରେଳ ଷ୍ଟେସନ ଠାରେ ପୋଲିଶ ମାନଙ୍କ ପାଇଁ ନିଜସ୍ୱ ସୁରକ୍ଷା ସାମଗ୍ରୀ ଗ୍ରହଣ କରାଗଲା I
କରୋନା ଭୁତାଣୁର ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ଲକ ଡାଉନ ସତ୍ୱେ ରେଲ ମନ୍ତ୍ରଣାଳୟ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବାକୁ କ୍ରମାଗତ ଭାବେ ସୁନିଶ୍ଚିତ କରୁଅଛି I ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ଦ୍ରବ୍ୟ ପହଞ୍ଚାଇବା ପାଇଁ ପାର୍ସଲ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଅଛି I ଅତ୍ୟାବଶ୍ୟକ ଜିନିଷ ଯଥା ଫଳ, ପନିପରିବା, ଦୁଗ୍ଧ ଗୁଣ୍ଡ, ଚିନି, ଔଷଧ ଏବଂ ଖାଇବା ତେଲ ଇତ୍ୟାଦି ପରିବହନ କରି ଲୋକମାନଙ୍କର ଜରୁରୀ ଦ୍ରବ୍ୟକୁ ପାର୍ସଲ ଏକ୍ସପ୍ରେସ ଚଳାଚଳ ଦ୍ୱାରା ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଜାରିରଖିଛି I
ଆଜି ଦକ୍ଷିଣ ରେଳପଥ ର ତ୍ରିପୁରା ଠାରୁ ଯଶବନ୍ତପୁର -ହାୱଡା ସ୍ପେସିଆଲ ପାର୍ସଲ ଏକ୍ସପ୍ରେସ ଦ୍ୱାରା 132 କାର୍ଟୁନ ଓଡିଶା ପୋଲିଶ ମାନଙ୍କ ପାଇଁ ବ୍ୟବହୃତ ହେଉଥିବା ନିଜସ୍ୱ ସୁରକ୍ଷା ସାମଗ୍ରୀ, ମାସ୍କ ଓ ଗ୍ଲୋବ କଟକ ଷ୍ଟେସନ ଠାରେ ପହଞ୍ଚିଛି I ” ଆପଣ ଘରେ ରୁହନ୍ତୁ, – ସୁରକ୍ଷିତ ରୁହନ୍ତୁ , ଆମେ ଆପଣଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବୁ ” ଭଳି ଅବଧାରଣକୁ ସଫଳ କରିବାକୁ ପୂର୍ବତଟ ରେଳପଥର ଅବିଦିତ ଯୋଦ୍ଧାମାନେ ଦିବାରାତ୍ର କର୍ତବ୍ୟରତ I