
ବ୍ରହ୍ମପୁର: ଗଂଜାମ ଜ଼ୀଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପଢ଼ୁଥିବା କୁନିକୁନି ବିଦ୍ୟାର୍ଥୀ ମାନଙ୍କୁ ଅଣ୍ଡା ବଣ୍ଟନ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ଜ଼ୀଲ୍ଲା ପ୍ରଶାସନ ସାମିଲ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ଯୁବକଂଗ୍ରେସ ସଭାପତି ଅନିଲ କୁମାର ପରିଡା ପ୍ରକାଶ କରିଛନ୍ତି। ଦୀର୍ଘ ବର୍ଷ ହେଲା କେତେକ ଅଙ୍ଗନବାଡି କେନ୍ଦ୍ରରେ ପଢ଼ୁଥିବା ପିଲାମାନଙ୍କୁ ଅଣ୍ଡା ଦିଆଯାଉନଥିଲା ବୋଲି ଯୁବକଂଗ୍ରେସ ସଭାପତି ଶ୍ରୀ ପରିଡା ଗୁରୁତ୍ୱର ଅଭିଯୋଗ କରିଛନ୍ତି। ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ପଢିବାକୁ ଆସୁଥିବା କୁନିକୁନି ବିଦ୍ୟାର୍ଥୀ ଓ ଗର୍ଭବତୀ ମହିଳାମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଜ଼ୀଲ୍ଲା ପ୍ରଶାସନ ଯେଉଁଭଳି ଭାବେ ଅଣ୍ଡାବଣ୍ଟନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାଲାଗି ସ୍ୱୟଂସହାୟିକା ଗୋଷ୍ଠୀକୁ ଅଣ୍ଡା ବଣ୍ଟନ ଦାୟିତ୍ୱ ଦେଇଛି ତାହା ନିଶ୍ଚିତଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଯୁବକଂଗ୍ରେସ ସଭାପତି ଶ୍ରୀ ପରିଡା ପ୍ରକାଶ କରିଛନ୍ତି। ଗଂଜାମ ଜ଼ୀଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ସ୍ୱୟଂସହାୟିକା ଗୋଷ୍ଠୀଦ୍ୱାରା ଅଣ୍ଡା ବଣ୍ଟନ କରାଗଲେ କୌଣସି ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ପରିଡା ପ୍ରକାଶ କରିଛନ୍ତି। ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାଲାଗି ସ୍ୱୟଂସହାୟିକା ଗୋଷ୍ଠୀ ଗଠନ କରାଯାଇଥିଲାବେଳେ ବର୍ତ୍ତମାନ ତିନୋଟି ସ୍ୱୟଂସହାୟିକା ଗୋଷ୍ଠୀକୁ ପ୍ରଶାସନର ଅଣ୍ଡାବଣ୍ଟନ ଦାୟିତ୍ୱ ପ୍ରଦାନ ନିଶ୍ଚିତଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲା ବେଳେ ଏହା ସମଗ୍ର ରାଜ୍ୟରେ ଏକ ଉଦାହରଣ କରିବ । ଅଙ୍ଗନବାଡି କେନ୍ଦ୍ରକୁ ପଢିବାକୁ ଆସୁଥିବା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅଣ୍ଡାଯୋଗଣ ଦାୟିତ୍ୱ ସ୍ୱୟଂସହାୟିକା ଗୋଷ୍ଠୀକୁ ହସ୍ତାନ୍ତର କରି ପ୍ରଶାସନ ଏକ ଯୁଗାନ୍ତକାରୀ ଅଧ୍ୟାୟ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛି ବୋଲି ଯୁବକଂଗ୍ରେସ ସଭାପତି ଶ୍ରୀ ପରିଡା ପ୍ରକାଶ କରିଛନ୍ତି। ଅଙ୍ଗନବାଡି କେନ୍ଦ୍ରକୁ ଅଣ୍ଡାବଣ୍ଟନ ଦାୟିତ୍ୱ ଯେଉଁଭଳି ଭାବେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ସ୍ୱୟଂସହାୟିକା ଗୋଷ୍ଠୀ ହାତରେ ରହିବ ସେଦିଗରେ ପଦକ୍ଷେପ ନେବାକୁ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ଯୁବକଂଗ୍ରେସ ସଭାପତି ଶ୍ରୀ ଅନିଲ କୁମାର ପରିଡା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପଦାଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।