ଲଣ୍ଡନ– ବ୍ରିଟିଶ ବୈଦେଶିକ ଡୋମିନିକ ରବ ଦେଶରେ କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଲକଡାଉନ ଅବଧି ବୃଦ୍ଧି କରିବାକୁ ପ୍ରସ୍ତୁତି କରୁଛନ୍ତି । ଲକଡାଉନ ମେ ୭ ପର୍ଯ୍ୟନ୍ତ ଜାରି ରଖାଯାଇପାରେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।
କରୋନା ଭାଇରସରେ ସଂକ୍ରମିତ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କାର୍ଯ୍ୟଭାର ସମ୍ଭାଳିବା ପାଇଁ ନିଯୁକ୍ତ ହୋଇଥିବା ରବ ସୋମବାର କହିଥିଲେ ଯେ, ଆଶା ଲାଗୁନି ସରକାର ସଂପ୍ରତି ଲକଡାଉନରେ କୌଣସି ପରିବର୍ତନ କରିବେ । ଯେ ପର୍ଯ୍ୟନ୍ତ ସରକାର ଆଶ୍ୱସ୍ତ ହୋଇ ନାହାନ୍ତି ଯେ ଲକଡାଉନ ହଟାଇବା ଦେଶ ପାଇଁ ସୁରକ୍ଷିତ, ସେ ପର୍ଯ୍ୟନ୍ତ ଏଥିରେ କୌଣସି କୋହଳ କରାଯିବ ନାହିଁ ।
ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରେସ୍ ବିଜ୍ଞପ୍ତି ଅନୁସାରେ ସୋମବାର ସୁଦ୍ଧା ଦେଶରେ କରୋନ ଜନିତ ମୃତ୍ୟୁ ସଂଖ୍ୟା ୧୧,୨୩୯କୁ ବୃଦ୍ଧି ଘଟିଛି ।