ନୂଆଦିଲ୍ଲୀ। ଆଗାମୀ ମଇ ତିନି ଯାଏ ପାସେଂଜର ରେଳସେବାକୁ ବାତିଲ କରା ଯାଇଛି । ରେଳବାଇର ବରିଷ୍ଠ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ମଇ ତିନି ତାରିଖ ଯାଏ କରୋନା କାରଣରୁ ଦେଶବ୍ୟାପୀ ଲକଡାଉନ ରହିବ ବୋଲି ଘୋଷଣା କରିବା ପରେ ରେଳବାଇ ପକ୍ଷରୁ ଉପରୋକ୍ତ ନିଷ୍ପତି ନିଆ ଯାଇଥିବା ଅଧିକାରୀ ମାନେ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ରେଳବାଇ ପାସେଂଜର ସେବାକୁ ୧୪ ଏପ୍ରିଲ ଯାଏ ବାତିଲ କରିବା ନେଇ ଘୋଷଣା କରିଥିଲା ।