
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ଥିବା ଏକ ରାସନ ଦୋକାନ କୁ ଗତ ରାତିରେ ପୂର୍ବ ଶତ୍ରୁତାରୁ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।ଫଳରେ ଦୋକାନ ରେ ଥିବା ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି।ଯାହାର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।ଏସମ୍ପର୍କରେ ଦୋକାନ ମାଲିକ ଲାଲସିଙ୍ଗ ଗ୍ରାମର କିଶୋର ମହାପାତ୍ରଙ୍କୁ ପଚାରିବାରୁ ତାଙ୍କର କାହା ସହ କୌଣସି ଶତ୍ରୁତା ନଥିବା କହିଛନ୍ତି।ହେଲେ ନିଆଁ ଲାଗିବା ର ସଠିକ କାରଣ ଜଣାପଡି ନାହିଁ।