ବ୍ରହ୍ମପୁର: ବାରମ୍ବାର ସାମାଜିକ ଦୂରତ୍ୱ ଉଲଙ୍ଘନ ହେଉଥିବା ବଡବଜାର ଅଞ୍ଚଳକୁ ବନ୍ଦ କରିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିଷ୍ପତ୍ତି ହୋଇଛି । କେବଳ ଗ୍ରୋସରୀ ହେଲ୍ସେଲ୍କୁ ଛାଡିଲେ ୧୫ରୁ ବଡ଼ବଜାର ୭ ସାହିର ଦୋକାନବଜାର ବନ୍ଦ ରହିବ ବୋଲି ସୋମବାର ନିର୍ଦ୍ଦେଶନାମା ଜାରି କରିଛି ବିଏମ୍ସି । ଆସନ୍ତା ୧୫ ତାରିଖ ମଧ୍ୟାହ୍ନ ୧୨ଟା ପରଠାରୁ ବଡ଼ବଜାରର ୭ଟି ପ୍ରମୁଖ ବ୍ୟବସାୟିକ ଅଞ୍ଚଳରେ ଥିବା ସମସ୍ତ ଦେକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଥିବା ବେଳେ ଏଥିରୁ ଗ୍ରୋସରୀ ହୋଲସେଲ ଦେକାନୀକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିି । କରୋନା ମହାମାରୀ ବ୍ୟାପିବା ପରେ ବ୍ରହ୍ମପୁର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବଡ଼ ବଜାରରେ ଥିବା ହୋଲସେଲ ପରିବା ମାର୍କେଟ, ଗ୍ରୋସରୀ ହୋଲସେଲ ଦୋକାନ ଓ ଫଳ ହୋଲସେଲ ଦୋକାନ ଖୋଲା ରହୁଥିଲା । କିନ୍ତୁ ସେଠାରେ ସବୁଦିନ ସାମାଜିକ ଦୂରତ୍ୱ ଉଲଙ୍ଗନ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଖୁଚୁରା ବ୍ୟବସାୟୀମାନେ ହୋଲସେଲ ଦୋକାନ ସମ୍ମୁଖରେ ଭିଡ ଜମାଇବା ସହ ପୁଲିସ ଓ ପ୍ରଶାସନର ନିର୍ଦ୍ଦେଶକୁ ମାନୁନଥିଲେ । ବାରମ୍ବାର ତାଗିଦ ଓ ସଚେତନତା ସତ୍ତ୍ୱେ ଏଠାରେ ସାମାଜିକ ଦୂରତ୍ୱ ବଜାୟ ରଖାଯାଉନଥିବାରୁ ବିଏମ୍ସି ପକ୍ଷରୁ ସୋମବାର ବଡ଼ବଜାର ଅଞ୍ଚଳର ରାଜା ସାହି, ବାଚୁଆରୀ ସାହି, ଜେନା ସାହି, କେଉଟ ସାହି, ପନ୍ଦରା ସାହି, ଦେଶୀ ବେହେରାସାହିର ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତିି । ହୋଲସେଲ ଗ୍ରୋସରୀ ଦୋକନକୁ ଛାଡି ଏହି ଅଞ୍ଚଳରେ ଥିବା ଅନ୍ୟ ସମସ୍ତ ଦୋକାନୀ ତଥା ହୋଲସେଲରଙ୍କୁ ୧୫ ତାରିଖ ଦିନ ୧୨ ଟା ମଧ୍ୟରେ ନିଜର ସାମଗ୍ରୀ ବିକ୍ରି ତଥା ସ୍ଥାନାନ୍ତର କରିବାକୁ କୁହାଯାଇଛି ।
Related Stories
November 24, 2024
November 24, 2024