ବ୍ରହ୍ମପୁର: ଭୁବନେଶ୍ୱର ସାଲିଆ ସାହିରୁ ଫେରି ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ । ସ୍ୱାବ୍ ସଂଗ୍ରହ କରି ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ପଠାଯାଇଥିଲା । ଭୁବନେଶ୍ୱରରୁ ରିପୋର୍ଟ ଆସିନଥିବା ବେଳେ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ବି ତାଙ୍କ ଶବକୁ ପରିବାର ଲୋକଙ୍କୁ ଦିଆଯାଇନାହିଁ । କରୋନା ସନ୍ଦିଗ୍ଧ ଥିଲେ ଏବଂ ରିପୋର୍ଟ ଆସିନଥିବାରୁ ଶବକୁ ପରିବାର ଲୋକଙ୍କୁ ଦେଇନାହାନ୍ତି । ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇନଥିଲା । ତେବେ ସଂପୃକ୍ତ ବ୍ୟକ୍ତଙ୍କ ମୃତ୍ୟୁ ଘଟଣାକୁ ସ୍ୱୀକାର କରିଛନ୍ତି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର । ସେ କହିଛନ୍ତି ସଂପୃକ୍ତ ଯୁବକ ଭୁବନେଶ୍ୱରରୁ ଫେରିଥିଲେ ଏବଂ ଜ୍ୱରରେ ଆକ୍ରାନ୍ତ ଥିଲେ । ତେଣୁ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା । ସେ ମସ୍ତିସ୍କ ମ୍ୟାଲେରିଆରେ ଆକ୍ରାନ୍ତ ରହିଥିବା ଚିକିତ୍ସା ସମୟରେ ଜଣାପଡିଥିଲା । ତାଙ୍କର କୋଭିଡ୍-୧୯ ପରୀକ୍ଷା ରିପୋର୍ଟ ଆସିନଥିବାରୁ ଶବ ଗୃହରେ ତାଙ୍କ ଶବକୁ ରଖାଯାଇଛି । ସଂପୃକ୍ତ ଯୁବକଙ୍କ ଘର ସାନଖେମୁଣ୍ଡି ବ୍ଲକ୍ର ଏକ ଗ୍ରାମରେ ହୋଇଥିବା ବେଳେ ମୃତ୍ୟୁକୁ ନେଇ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି । ପରିବାର ଲୋକ ମଧ୍ୟ ସନ୍ଦେହ ଘେରରେ ରହିଛନ୍ତି । ସେ କରୋନାରେ ଆକ୍ରାନ୍ତରେ ଥିଲେ କି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ୫ଦିନ ହେଲା ସଂପୃକ୍ତ ଯୁବକ ଆଇସୋଲେସନ୍ରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ମୃତ୍ୟୁ ପରେ ମଧ୍ୟ ରିପୋର୍ଟ ଆସିନଥିବାରୁ ପରିବାର ଲୋକ ଓ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜଧାନୀରେ କରୋନା କଟକଣା କଡ଼ାକଡ଼ି ହେବା ପରେ ସନ୍ଦିଗ୍ଧ ସମ୍ପୃକ୍ତ ଯୁବକ ଗାଁକୁ ଚାଲି ଆସିଥିଲେ । ମାତ୍ର ଗାଁ ଲୋକ ପ୍ରବେଶ ଅନୁମତି ଦେଇ ନଥିଲେ, ପୁଲିସ ଓ ପ୍ରଶାସନକୁ ଅବଗତ କରାଇଥିଲେ । ଏହାପରେ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ପରୀକ୍ଷା ହୋଇଥିଲା । ସେ ଏହା ପରେ ମାମୁଁ ଘର ଆସି କିଛି ଦିନ ରହିଥିଲେ । ତା’ପରେ ସେ ନିଜ ଶ୍ୱଶୁର ଘର ଗ୍ରାମକୁ ଚାଲି ଯାଇଥିଲେ । ମାତ୍ର ସେଠି ମଧ୍ୟ ଗ୍ରାମବାସୀଙ୍କ ବିରୋଧ କାରଣରୁ ସେ ଗାଁ ବାହାର ପାଶ୍ୱର୍ରେ ଥିବା ଏକ ମନ୍ଦିରରେ ଆଶ୍ରୟ ନେଇଥିଲେ । ଜ୍ୱର ଓ ଥଣ୍ଡା ଥିଲା ଏବଂ ଅବସ୍ଥା ଗୁରୁତର ହେବାରୁ ୧୦୪କୁ କଲ୍ କରିଥିଲେ ଗ୍ରାମଲୋକ ଓ ସମ୍ପର୍କୀୟ । ପରେ ତାଙ୍କୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା ।
Related Stories
November 24, 2024
November 24, 2024