ନୂଆଦିଲ୍ଲୀ– କଂଗ୍ରେସ ନେତା କପିଲ ସିବଲ କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ଜାରି ଲକଡାଉନରେ ଗରିବ ଓ ଶ୍ରମିକ ବର୍ଗଙ୍କୁ ହେଉଥିବା ସମସ୍ୟାକୁ ନେଇ କେନ୍ଦ୍ରର ମୋଦୀ ସରକାର ଉପରେ ନିଶାଣ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାମ୍ନାକୁ ଆସି ଗଣମାଧ୍ୟମକୁ ସମ୍ବୋଧିତ କରିବା ଉଚିତ୍, ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ଉଚିତ୍ । ଏହି ବିପଦର ସମୟରେ ତାଙ୍କ ସରକାର କୃଷି, ସ୍ୱାସ୍ଥ୍ୟ, କାରବାର ଏବଂ ବେରୋଜଗାର ପ୍ରସଙ୍ଗରେ କଣ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଉଛନ୍ତି ଏହା ଉପରେ ସମସ୍ତଙ୍କୁ ଜଣାଇବା ଉଚିତ୍ ।
କଂଗ୍ରେସ ନେତା ସୋମବାର ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ସାମ୍ନାକୁ ଆସି ନେତୃତ୍ୱ ନେବାକୁ ପରାମର୍ଶ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ମୋଦୀ ଜୀ ମିଡିଆକୁ ସମ୍ବୋଧିତ କରନ୍ତୁ, ସେମାନଙ୍କ ପ୍ରଶ୍ନର ଉତର ଦିଅନ୍ତୁ । ଏହା ପରିବର୍ତନର ସମୟ । କୃଷି, ସ୍ୱାସ୍ଥ୍ୟ, ବେରୋଜଗାରୀ ଆଦି ବିଷୟରେ ସ୍ପଷ୍ଟୀକରଣ ଦିଅନ୍ତୁ । ସମସ୍ତେ ଆପଣଙ୍କୁ ଶୁଣିବାକୁ ଚାହୁଁଛନ୍ତି ।
ସିବଲ୍ ଏହା ମଧ୍ୟ କହିଛନ୍ତି ଭାରତୀୟ ଅର୍ଥବ୍ୟବସ୍ଥାର ତଥ୍ୟ ଉପରେ ନିଜର ରଖୁଥିବା କେନ୍ଦ୍ର(ସିଏମଆଇଇ)ର ଏକ ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ମହାମାରୀ ପୂର୍ବରୁ ବେରୋଜଗାରୀ ୬-୭ ପ୍ରତିଶତ ଥିଲା, ଯାହା ଏବେ ୨୩ ପ୍ରତିଶତରେ ପହଁଚି ଯାଇଛି । ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, କେମିତି ବେରୋଜଗାରୀ ସଂଖ୍ୟା ଦୁଇ ମାସରେ ୨୩ ପ୍ରତିଶତ ବୃଦ୍ଧି ଘଟିଲା । କଣ ଏଥିପାଇଁ କେନ୍ଦ୍ର ସରକାର ଦ୍ୱାରା ବିନା ବିଚାର ବିମର୍ଶରେ ନିଆଯାଇଥିବା ଲକଡାଉନ ନିଷ୍ପତି ଦାୟୀ । ସେ କହିଛନ୍ତି ଯେ, ବେରୋଜଗାରୀର ସ୍ଥିତି ଏମିତି ରହିଛି, ଗ୍ରାମାଂଚଳରେ ୨୦ ପ୍ରତିଶତ ଲୋକଙ୍କ ପାଖରେ କୌଣସି କାମ ନାହିଁ । ଏହି ପରି ସହରାଂଚଳରେ ମଧ୍ୟ ୩୧ ପ୍ରତିଶତ ଲୋକଙ୍କ ପାଖରେ ରୋଜଗାର ନାହିଁ।
ଉଲ୍ଲେଖନୀୟ, ଗତ ରବିବାର ମଧ୍ୟ କପିଲ ସିବଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲକଡାଉନ୍ ବଢାଇବା ନେଇ ଆକ୍ଷେପ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଜୀ ରାଜନୀତି ଏକ ରିଏଲିଟି ସୋ, କେବଳ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ନୁହଁ ।