ମୁମ୍ବାଇ– ଏସିଆର ସବୁଠୁ ବଡ ବସ୍ତି ଧାରାଭିରେ କରୋନାର ପ୍ରକୋପ ଜାରି ରହିଛି । ସୋମବାର ଏଠାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଧାରାଭିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ପହଁଚିଛି । ସୋମବାର ଏଠାରେ ୪ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ଘଟିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଧାରାଭିରେ ସମସ୍ତ ଅଂଚଳକୁ ସିଲ୍ କରାଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଧାରାଭିରେ ୬୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ଏଠାରେ ଲୋକଙ୍କ ମଧ୍ୟରେ ଭୟର ମାହୋଲ ରହିଛି । ଧାରାଭିରେ ସବୁଠୁ ଅଧିକ ପଜିଟିଭ୍ ରୋଗୀ ମୁକୁନ୍ଦ ନଗରରୁ । ଏଠାର ୯, ସୋଶଲ ନଗରରେ ୬, ମୁସଲିମ ନଗର ଓ ଜନତା କଲୋନୀରେ ୫-୫ ରୋଗୀ ଚିହ୍ନଟ ହୋଇଛନ୍ତି । ଧାରାଭି ପୋଲିସ ଷ୍ଟେସନ ବାହାରେ ଆଇସୋଲେସନ କ୍ୟାମ୍ପ କରିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ଯାଇ ନମୂନା ଏକତ୍ର କରାଯାଉଛି । ପୋଲିସ ଏଠାରେ ଲୋକଙ୍କୁ ରାସ୍ତାକୁ ବାହାରିବାକକୁ ଦେଉ ନାହିଁ । ଲୋକଙ୍କୁ ସବୁ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଘର ପର୍ଯ୍ୟନ୍ତ ଉପଲବ୍ଧ କରାଯାଉଛି ।
ସୂଚନା ଅନୁଯାୟୀ ଧାରାଭି ବହୁତ ଜନବହୁଳ ବସ୍ତି । ଏଠାରେ ଛୋଟ ଛୋଟ କୋଠରୀରେ ୧୦-୧୦ ଲୋକ ରୁହନ୍ତି । ନିଜାମୁଦ୍ଦିନରେ ତବଲିଗି ଜମାତରେ ସାମିଲ ଦୁଇ ଜମାତି ଏଠାରେ ଛପି ରହିଥିଲେ । ଏହି ଦୁଇ ଜମାତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ଦୁଇ ଜଣଙ୍କ କାରଣରୁ ହିଁ ଧାରାଭିରେ କରୋନା ପ୍ରକୋପ ବଢିଛି ।