ବାଲେଶ୍ୱର/ଭୁବନେଶ୍ୱର – କରୋନା ମୁକାବିଲା ପାଇଁ ସୋମବାର ବାଲେଶ୍ୱର ଜିଲ୍ଲାରେ କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ଜିଲ୍ଲାର କୁରୁଡ଼ାସ୍ଥିତ ଜ୍ୟୋତି ହସ୍ପିଟାଲକୁ କୋଭିଡ୍-୧୯ ହସ୍ପିଟାଲରେ ପରିଣତ କରାଯାଇଛି । ଏହାକୁ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଅନୁଦାନ ଦେଇଛି । ଏହି ହସ୍ପିଟାଲରେ ୧୦୦ଟି ବେଡ୍ ସହ ୨୦ଟି ଭେଂଟିଲେଟର ଥିବା ଆଇସିୟୁ ରହିଛ । ଏହାଛଡ଼ା ୮ଟି ଏଚଡିୟୁ ବେଡ୍ ରହିଥିବା ଜଣାଯାଇଛି ।
Related Stories
November 23, 2024
November 23, 2024
November 23, 2024