-
୬୦ଜଣଙ୍କୁ ଥଣ୍ଡା, କାଶ ଓ ଜ୍ୱର
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମରେ ୧, ୭୫, ୩୩୦ ଜଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ(ସ୍କ୍ରିନିଂ) କରିଲା ବିଏମ୍ସି । ତେବେ ସହରରେ କିଛି ଭୟ କରିବାର ନାହିଁ । ପ୍ରାୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଅସୁସ୍ଥତାର କୌଣସି ଲକ୍ଷଣ ନଥିବା ବେଳେ ମାତ୍ର ୬୦ଜଣଙ୍କ ପାଖରେ ଥଣ୍ଡା, କାଶ ଓ ଜ୍ୱର ଲକ୍ଷଣ ଦେଖାଯାଉଛି । ଏ ସବୁ ସାଧାରଣ ବୋଲି ବିଏମ୍ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ୧୮ଜଣିଆ ଟିମ୍ ଜରିଆରେ ସ୍କ୍ରିନିଂ କରାଯାଉଛି । ସହରରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ କରୋନା ଲକ୍ଷଣ ଅଛିକି ନାହିଁ ଦେଖାଯାଉଛି । ଅଦ୍ୟାବଧି ବିଏମ୍ସିରେ କୌଣସି ସନ୍ଦିଗ୍ଧ ନଥିବା ମଧ୍ୟ ସୂଚନା ମିଳିଛି । ୪୩, ୫୧୪ ଘରେ ସର୍ଭେ କରାଯାଇ ୧, ୭୫, ୩୩୦ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେମାନଙ୍କ ଭିତରେ ମହିଳା ଓ ପୁରୁଷଙ୍କ ସଂଖ୍ୟା ୧୩୧୧୯୩ ହୋଇଥିବା ବେଳେ ପିଲାଙ୍କ ସଂଖ୍ୟା ରହିଛି ୪୪୧୩୭ । ୧୧ଜଣଙ୍କ ଜ୍ୱର, ୨୧ଜଣଙ୍କ କଫ, ୨୮ଜଣ ଥଣ୍ଡା ହୋଇଥିବା ଜଣାପଡିଛି ।