-
ପ୍ରଥମ ଦିନରେ ୪ଜଣ ସନ୍ଦିଗ୍ଦଙ୍କ ହେଲା ପରୀକ୍ଷା
ବ୍ରହ୍ମପୁର: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ରବିବାର ଠାରୁ ଆରମ୍ଭ ହୋଇଛି କୋଭିଡ୍-୧୯ ପରୀକ୍ଷା । ପ୍ରଥମ ଦିନରେ ୪ଜଣ ସନ୍ଦିଗ୍ଧଙ୍କ ପରୀକ୍ଷା ଏଠାରେ କରାଯାଇଛି । ରବିବାର ଅପରାହ୍ନ ୨.୩୦ରେ ଆରମ୍ଭ ହୋଇଥିବା ବେଳେ ରାତି ୮ଟାରେ ପରୀକ୍ଷା ସରିଥିଲା ବୋଲି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର । ଅନ୍ୟପକ୍ଷରେ ପରୀକ୍ଷା ହୋଇଥିବା ସମସ୍ତ ରିପୋର୍ଟ ନେଗେଟିଭ୍ ବୋଲି ଜଣାପଡିଛି । ଏମ୍କେସିଜିରେ କୋଭିଡ୍-୧୯ ପରୀକ୍ଷା ହେବା ପରେ ଆଇସିଏମ୍ଆର୍କୁ ପଠାଯିବ ଏବଂ ସେଠାରେ କେତେଜଣ ପଜିଟିଭ୍ ଓ ନେଗେଟିଭ୍ ସେଠାରୁ ଘୋଷଣା ହେବ ବୋଲି କହିଛନ୍ତି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ମିଶ୍ର । ଏମ୍କେସିଜିରେ କୋଭିଡ୍-୧୯ ପରୀକ୍ଷା ଆରମ୍ଭ ହେବା ପରେ ଦକ୍ଷିଣ ଓଡ଼ିଶାବାସୀ ଏଣିକି ଶୀଘ୍ର ରିପୋର୍ଟ ମିଳିବ ବୋଲି ଆଶା ରଖିଛନ୍ତି । ଭୁବନେଶ୍ୱରରୁ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବା ବେଳେ ଏମ୍କେସିଜିରେ ଶୀଘ୍ର ରିପୋର୍ଟ ହୋଇପାରିବ ବୋଲି ସମସ୍ତଙ୍କର ଆଶା ରହିଛି । ମାଇକ୍ରୋବାୟୋଲୋଜି ବିଭାଗରେ ପରୀକ୍ଷା ହୋଇଥିଲା । ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ବନୋଜିନୀ ପରିଡ଼ାଙ୍କ ନେତୃତ୍ୱରେ ଏହି ପରୀକ୍ଷା କରାଯାଇଥିଲା । ୩ଜଣ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ଏବଂ ଆଉ ଜଣେ ବେଲଗୁଣ୍ଠା ଅଞ୍ଚଳରୁ ରହିଥିବା ଜଣାପଡିଛି । ଏହି ସମସ୍ତ ସନ୍ଦିଗ୍ଧ ରବିବାର ଏମ୍କେସିଜି କରୋନା ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ । ବ୍ରହ୍ମପୁର ନିକଟ କରାପଲ୍ଲୀ, ଗୋସାଇଁନୂଆଗାଁ ଓ ଗୋଳନ୍ଥରା ଅଞ୍ଚଳରୁ ୩ଜଣ ହୋଇଥିବା ବେଳେ ଜଣେ ବେଲଗୁଣ୍ଠାରୁ ରହିଥିଲେ । ଗୋଳନ୍ଥରାର ଯୁବକ ଜଣକ ଆନ୍ଧ୍ରରୁ କିଛି ଦିନ ତଳେ ଫେରିଥିବା ବେଳେ ଅନ୍ୟ ୩ଜଣ ଭୁବନେଶ୍ୱରରୁ ଫେରିଛନ୍ତି । ଥଣ୍ଡା, କାଶ ଓ ଜ୍ୱର ଲକ୍ଷଣ ଥିବାରୁ ଏମାନଙ୍କୁ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।