
ଜୟପୁର – ନବରଙ୍ଗରପୁର ରକି ସାନ ହୋଟେଲର ମାଲିକ ଅପହରଣ ମାମଲାରେ ଜଡିତ ଥିବା ଅଭିଯୁକ୍ତକୁ ସଦର ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସଦର ପୋଲିସ ଗିରଫ କରିଥିବା ଅଭିଯୁକ୍ତ ଜଣକ ହେଲେ ବାବୁଲି ଡମ୍ବ ଏଲିୟସ ରବିନ୍ଦ୍ର ବାରିକ । ଗିରଫ ଅଭିଯୁକ୍ତ ଜଣକ ମଧ୍ୟ ଜୟପୁର ସଦର ଥାନା ଅ ଳରେ ହୋଇଥିବା ଡକାୟତି ମାମଲାରେ ମଧ୍ୟ ଜଡିତ ରହିଛି । ବର୍ତମାନ କଟକ ଅପହରଣ ମାମଲାରେ ମଧ୍ୟ ବାବୁଲି ଜଡିତ ଥିବା ଥାନା ଅଧିକାରି ଶିବ ଶଙ୍କର ସାହୁ ପ୍ରକାଶ କରିଥିବା ବେଳେ ଏହାକୁ ଛାଡି ବହୁସ ଡକାୟତି, ଲୁଟ୍ ପରି ସଙ୍ଗିନ ମାମଲା ମଧ୍ୟ ବାବୁଲି ନାମରେ ରହିଥିବା ପୋଲିସ ସୁଚନା ଦେଇଛି ।