ଭୁବନେଶ୍ୱର– ଲକ ଡାଉନ କଟକଣାରୁ ମତ୍ସ୍ୟ ଚାଷକୁ ବାଦ ଦେବା ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ସେ ଟ୍ୱିଟ କରି କହିଛନ୍ତି ଯେ ଏହା ଦ୍ୱାରା ଉପକୂଳ ରାଜ୍ୟ ବିଶେଷ କରି ଆମ ରାଜ୍ୟରେ ମତ୍ସ୍ୟଜୀବୀ ମାନେ ଲାଭବାନ ହେବେ । ଏହି ନିଷ୍ପତି ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି ।