ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ସାରା ରାଜ୍ୟରେ କୋବିଡ ଗାଇଡଲାଇନ ଓ ଅନ୍ୟ ଆଇନ ଉଲ୍ଲଂଘନ ପାଇଁ ୧୫୭ଟି ମାମଲା ରୁଜୁ କରା ଯାଇଥିବା ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।
ଏଥି ମଧ୍ୟରୁ ଲକଡାଉନ ଉଲ୍ଲଂଘନ ମାମଲାରେ ୧୪୯ଟି ମାମଲା ରୁଜୁ କରା ଯାଇଥିବା ବେଳେ ହୋମ କ୍ୱାରେଟାଂଇନ ଉଲ୍ଲଂଘନ ମାମଲାରେ ୨ଟି ତଥା ଗୁଜବ ପ୍ରଚାର ପାଇଁ ୪ଟି ଏବଂ ଏହା ସମ୍ପର୍କିତ ଅନ୍ୟ ମାମଲାରେ ଦୁଇଟି ମାମଲା ରୁଜୁ କରା ଯାଇଛି ।
ଲକ ଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟାରେ ୧୯ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ
ଭୁବନେଶ୍ୱର । ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ୨୯ ଜଣଙ୍କୁ ଗିରଫ କରା ଯାଇଛି । ୬ ଟି ମାମଲା ରୁଜୁ କରା ଯାଇଥିବା ସହ ୧୩୫ ଲିଟର ମଦ ଜବତ କରା ଯାଇଛି । ବ୍ରହ୍ମପୁର ଏସପି ଏହି ସୂଚନା ଦେଇଛନ୍ତି ।