ଭୁବନେଶ୍ୱର– କେନ୍ଦ୍ରାପଡା ଜିଲ୍ଲାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ହୋଇଥିବା ଚାରି ଜଣଙ୍କ ମଧ୍ୟରେ ଜଣେ କେନ୍ଦ୍ରାପଡା ଜିଲ୍ଲାର ଥିବା ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ କରୋନା ସଂକ୍ରମିତ ହୋଇଥିବା ମହିଳା ଜଣଙ୍କ ଜିଲ୍ଲାର ରାଜନଗର ଅଂଚଳର । ତାଙ୍କର ବାହାର ରାଜ୍ୟର ଟ୍ରାଭେଲ ହିଷ୍ଟ୍ରୀ ରହିଛି । ସେ କ୍ୱାରେଂଟାଇନରେ ତାଙ୍କର କରୋନା ପଜିଟିଭ ଆସିବା ପରେ ତାଙ୍କୁ ନିକଟସ୍ଥ କୋବିଡ ହସପିଟାଲରେ ଭର୍ତୀ କରା ଯାଇଛିା ତାଙ୍କର ସମ୍ପର୍କୀୟ ଓ ସଂସ୍ପର୍ଶରେ ଆସିବାର ସମ୍ଭାବନା ଥିବା ଲୋକ ମାନଙ୍କର ନମୂନା ନିଆ ଯାଇ ତାକୁ ପରୀକ୍ଷଣ କରିବାକୁ ପଠାଇ ଦିଆ ଯାଇଛି । ସଂପୃକ୍ତ ରାଜସ୍ୱ ଓ ଗାଁ ଓ ତାର ନିକଟସ୍ଥ ହାମଲେଟକୁ ସିଲ କରି ଦିଆ ଯାଇଛି । ଏଥିରେ ପାଖା ପାଖି ୧୫୦ ପରିବାର ରହନ୍ତି । ସେ କହିଛନ୍ତି ପ୍ରଶାସନ ପକ୍ଷରୁ ଗାଁକୁ ସାନିଟାଇଜ କରିବା ସହ ଲୋକ ମାନଙ୍କର ହେଲ୍ଥ ସ୍କ୍ରିନିଂ କରା ଯାଇଛି ।
ଉଲ୍ଲେଖନୀୟ ଯେ କିଛି ଦିନ ତଳେ ଆଳି ଅଂଚଳରେ ଜଣେ କରୋନା ସଂକ୍ରମିତ ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା । ଏହା ଜିଲ୍ଲାର ଦ୍ୱିତୀୟ ମାମଲା ।