ଆସିକା: ତାଲୁକା ଆଇନ ସେବା ସମିତି ଆନୁକୂଲ୍ୟରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଓ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ତାଲୁକା ଆଇନ ସେବା ସମିତି ଅଧକ୍ଷା ସୁଶ୍ରୀ ରାଜଲଷ୍ମୀ ପଟ୍ଟନାୟକ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇ ଜାତୀୟ ସେବା ସଂସ୍ଥା ସ୍ବେଚ୍ଛାସେବୀ ରୂପଲେଖ ଦେଇଥିଲେ। ଯୁକ୍ତ ଦୁଇ ଜାତୀୟ ସେବା ସଂସ୍ଥା ସ୍ବେଚ୍ଛାସେବୀ ଅଧିକାରୀ ସରୋଜ କୁମାର ପଣ୍ଡା ପ୍ରତେକ୍ଷତା ବିଧାନରେ ହୋଇଥିବା କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼. ତାର ପ୍ରସାଦ ଦାସ , ତାଲୁକା ଆଇନ ସେବା ସମିତିର ଅଧକ୍ଷା ସୁଶ୍ରୀ ରାଜଲଷ୍ମୀ ପଟ୍ଟନାୟକ, ସବଜଜ୍ ହୃଷିକେଶ ଆଚାର୍ଯ୍ୟ, ଉପଖଣ୍ଡ ଆରକ୍ଷ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ମୁନ୍ସୀଫ ଚିନ୍ମୟ ଜେନା, ଜେ. ଏମ.ଏଫ.ସି ସୁଶ୍ରୀ ସ୍ୱୟଂପ୍ରଭା ପାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅଜିତ କୁମାର ଚୌଧିରି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ହୋଇଥିଲା।
ନାରାୟଣ ମୁନୀ ଏସିଡି ଆକ୍ରମଣ ଓ ଏହାର ନିରାକରଣ ସମ୍ବନ୍ଧୀୟ ଆଇନ ଉପରେ କହିଥିବା ବେଳେ ଅତିଥି ମନେ ଆଇନ ଉପରେ କହିବା ସହ ବିଦ୍ୟାର୍ଥୀ ମାନଙ୍କୁ ଏସିଡି ଆକ୍ରମଣ କ୍ଷେତ୍ରରେ କଣ କଁରିବାକୁ ହେବ ବୁଝାଇ ଥିଲେ। ଏହି ଆଇନ ସଚେତନତା କାର୍ଯ୍ୟକ୍ରମର ଅଧ୍ୟାପକ ଓ ଅଧ୍ୟାପିକା, କର୍ମକର୍ତା ମାନେ ସହଯୋଗ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।