ମୁମ୍ବାଇ– ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ପ୍ରସିଦ୍ଧ ତାଜ ହୋଟେଲର ଛଅ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସବୁ କର୍ମଚାରୀଙ୍କୁ ବମ୍ବେ ହସ୍ପିଟାଲରେ ଭର୍ତି କରାଯାଇଛି । ବମ୍ବେ ହସ୍ପିଟାଲର ଡ. ଗୌତମ ଭଂସାଲୀ କହିଛନ୍ତି ଯେ, ତାଜ ହୋଟେଲର ଛଅ କର୍ମୀଙ୍କ ଚିକିତ୍ସା ଜାରି ରହିଛି । ଯାଂଚରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ସଂପ୍ରତି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।
ସୂଚନା ଅନୁସାରେ, କରୋନା କାରଣରୁ ମୁମ୍ବାଇରେ ୧୧୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ହୋଟେଲ୍୍ ତାଜ କର୍ମଚାରୀ ମଧ୍ୟ କରୋନାରୁ ବର୍ତି ପାରି ନାହାନ୍ତି । ଶନିବାର ହୋଟେଲ୍ ତାଜର କର୍ମଚାରୀଙ୍କ ଅଚାନକ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ଏହା ପରେ ହସ୍ପିଟାଲର ସମସ୍ତ ୫୦୦ କର୍ମଚାରୀଙ୍କ କରୋନା ଯାଂଚ କରାଯାଇଛି । ଏଥିରୁ ଛଅ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍ ମିଳିଛି । ଶନିବାର ବିଳମ୍ବିତ ରାତ୍ରିରେ ବମ୍ବେ ହସ୍ପିଟାଲରେ ଭର୍ତି କରାଯାଇଛି ।