ଓ୍ଵାଂଶିଟନ– ଆମେରିକାରେ କରୋନା ସଂକ୍ରମିତ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି । ଏହା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦେଶର ସମସ୍ତ ରାଜ୍ୟରେ ବଡ ବିପତି ଘୋଷଣା କରିଛନ୍ତି । ଏହା କୌଣସି ବି ଆମେରିକୀ ରାଷ୍ଟ୍ରପତିଙ୍କ ପକ୍ଷରୁ ସମଗ୍ର ଦେଶରେ ଏକ ସଙ୍ଗେ ବିପତି ସ୍ଥିତି ଘୋଷିତ କରାଯିବାର ପ୍ରଥମ ଘଟଣା । ବ୍ୟୋମିଙ୍ଗ ରାଜ୍ୟର ରାଜ୍ୟପାଳ ଗୁରୁବାର ଟ୍ରମ୍ପଙ୍କୁ ଏକ ପତ୍ର ଲେଖି ବଡ ବିପତି ଘୋଷିତ କରିବାକୁ ଅନୁରୋଧ କରିଥିଲେ । ଏହି ରାଜ୍ୟରେ ପ୍ରଥମ ଥର ୨୦୦ ନୂତନ କରୋନା ମାମଲା ସାମ୍ନାକୁ ଆସିଥିଲା । ବ୍ୟୋମିଙ୍ଗଙ୍କୁ ବିପଦଗ୍ରସ୍ତ ରାଜ୍ୟ ଘୋଷିତ କରିବା ପରେ ସଙ୍ଘୀୟ ସହାୟତା ମିଳିବା ଆରମ୍ଭ ହୋଇଯିବ ।
ଆମେରିକାରେ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ୧୯ ହଜାର ୪୫୩ ରେ ପହଁଚିଛି । ଏହି ମହାମାରୀରେ ମୃତକଙ୍କ ସଂଖ୍ୟା ୨୦,୦୭୧କୁ ବୃ୍ଦ୍ଧି ଘଟିଛି । ଏହା ସହିତ ମୃତ୍ୟୁ ମାମଲାରେ ଆମେରିକାକ ଇଟାଲୀକୁ ପଛରେ ପକାଇଛି । ଏହି ପରି ସମଗ୍ର ଦୁନିଆରେ କରୋନା ଜନ୍ଖଚ୍ଛ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଟପିଛି ।